ଆଜି ବିଜ୍ଞାନ ପରୀକ୍ଷା ଦେବେ ଦଶମ ଛାତ୍ରଛାତ୍ରୀ : କପି ରୋକିବାକୁ ସବୁ ସେଣ୍ଟରରେ ଲାଗିଛି ସିସିଟିଭି

Advertisment

ଆଜି ବିଜ୍ଞାନ ପରୀକ୍ଷା ଦେବେ ଦଶମ ଛାତ୍ରଛାତ୍ରୀ। ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାରେ ଆଜି ବିଜ୍ଞାନ ବିଷୟ ରହିଛି। କପି ରୋକିବାକୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆଜି ବିଜ୍ଞାନ ପରୀକ୍ଷା ଦେବେ ଦଶମ ଛାତ୍ରଛାତ୍ରୀ। ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାରେ ଆଜି ବିଜ୍ଞାନ ବିଷୟ ରହିଛି। କପି ରୋକିବାକୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

SCIENCE

Photograph: (KanakNews )

କନକବ୍ୟୁରୋ : ଆଜି ବିଜ୍ଞାନ ପରୀକ୍ଷା ଦେବେ ଦଶମ ଛାତ୍ରଛାତ୍ରୀ। ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାରେ ଆଜି ବିଜ୍ଞାନ ବିଷୟ ରହିଛି। କପି ରୋକିବାକୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରୀକ୍ଷା ସୁପରିଚାଳନା ଲାଗି ଏଥର ଚାରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ଥର ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ହୋଇଛି ।

ଚଳିତ ବର୍ଷ ରାଜ୍ୟରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆସନ୍ତା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।।  ପ୍ରଶ୍ନପତ୍ର ଲିକ୍ ରୋକିବା ନିମନ୍ତେ ବିଶେଷ ଧ୍ୟାନ ଦିଆଯାଇଛି। ଏଥର ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ଓ କ୍ୟୁଆର କୋଡ୍ ବ୍ୟବସ୍ଥା କରାଯାଇଛି। ଫଳରେ ପ୍ରଶ୍ନପତ୍ର ଭାଇରାଲ ହେଲେ ଏହା କେଉଁ ସେଣ୍ଟରରୁ ଲିକ୍ ହୋଇଛି ତାହା ଜଣାପଡ଼ିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe