Kanak-News-Odisha-Nirman-Conclave-2025 'ଜଗନ୍ନାଥ ଆମକୁ ସବୁକିଛି ଦେଇଛନ୍ତି ,କିନ୍ତୁ ଆମେ ଗରିବ' : ସୌମ୍ୟରଞ୍ଜନ ପଟ୍ଟନାୟକ

ଆଜି ଓଡ଼ିଶା ନିର୍ମାଣ କନକ୍ଲେଭର ୧୦ମ ସଂସ୍କରଣ ।  ସ୍ୱାଗତ ଅଭିଭାଷଣ ରଖିଲେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ସିଏମଡି ସୌମ୍ୟରଞ୍ଜନ ପଟ୍ଟନାୟକ ।

SOMYARANJAN PATNAIK

Photograph: (KANAKNEWS)

କନକବ୍ୟୁରୋ : ଆଜି କନକ ନ୍ୟୁଜ୍‌ର ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୨୫’ର ଆରମ୍ଭ ହୋଇଛି । ସକାଳ ୧୦ଟା ୩୦ରୁ କନକ ନ୍ୟୁଜରେ ଏହାର ସିଧା ପ୍ରସାରଣ ଆରମ୍ଭ ହୋଇଛି । ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହାର ଶୁଭାରମ୍ଭ ହୋଇଛି । ଓଡ଼ିଶା ନିର୍ମାଣର କଥା କହିଲାବେଳେ, ଗୋଟିଏ କଥା ସବୁବେଳେ ଆନ୍ଦୋଳିତ କରୁଛି ।  ଓଡ଼ିଶା ଏମିତି ଗୋଟିଏ ରାଜ୍ୟ ଯେଉଁଠି ସବୁକିଛି ଅଛି, ହେଲେ ଲୋକ ଗରିବ ଅଛନ୍ତି । ଗୋଟିଏ ଧନୀ ପ୍ରଦେଶରେ ଗରିବ ଲୋକଙ୍କୁ ନେଇ ଓଡ଼ିଶା ତିଆରି ହୋଇଛି ବୋଲି କହିବା ଫ୍ୟାସନ୍ ହୋଇଗଲାଣି । ଓଡ଼ିଶାକୁ ଶହେ ବର୍ଷ ହେବାକୁ ଆଉ ଅଳ୍ପ ବର୍ଷ ବାକି ଅଛି ।

WhatsApp Image 2025-11-19 at 10.47.54 AM
Photograph: (KANAKNEWS)

ପ୍ରଧାନମନ୍ତ୍ରୀ କହୁଛନ୍ତି ୧୯୪୭ରେ ଆମେ ସ୍ୱାଧୀନ ହେଇଥିଲୁ, ୨୦୪୭ରେ ଆମେ ବିକଶିତ ଭାରତ କରିବୁ । ୨୦୩୬ରେ ବିକଶିତ ଓଡ଼ିଶା ହେବ, ୨୦୪୭ରେ ବିକଶିତ ଭାରତ ହେବ । ହେଲେ କେହି କେବେ ନିଜକୁ ପ୍ରଶ୍ନ କରୁନାହାଁନ୍ତି, ଏହି ବିକାଶର ନକ୍ସା ଆମ ପାଖରେ ଅଛି ତ ? ଓଡ଼ିଶା ନିର୍ମାଣ କରିବା ପୂର୍ବରୁ ଏ ନକ୍ସାର ରୂପରେଖ କଣ ରହିବ ତାହା ସ୍ଥିର କରାଯାଉ , ଏଥିସହ ସେ କହିଛନ୍ତି ସବୁ କଥାକୁ ମଞ୍ଚକୁ ନେଇ ରାଜନୀତିର ମଞ୍ଚ କରିଦେଲେ ସମସ୍ୟାର ସମାଧାନ ହେବନି  ।   ରାଜନୀତି ଅତିରିକ୍ତ ମଞ୍ଚରେ ଅନ୍ୟ କିଛି ବିଚାର, ମାନସମନ୍ଥନର ଆବଶ୍ୟକତା ଅଛି  ।  

WhatsApp Image 2025-11-19 at 10.47.54 AM
Photograph: (KANAKNEWS)

ଜଗନ୍ନାଥ ଆମକୁ ସବୁକିଛି ଦେଇଛନ୍ତି । ଭୂମି ତଳେ ଦେଇଛନ୍ତି ଖଣିଜ ସମ୍ପଦ , ଭୂମି ଉପରେ ଦେଇଛନ୍ତି ଜଙ୍ଗଲ ସମ୍ପଦ ଆଉ ଭୂମି କଡ଼ରେ ଦେଇଛନ୍ତି ୪୮୦ କିଲୋମିଟର ବେଳାଭୂମି । ଏ ସମ୍ପଦକୁ ଆମେ କିଭଳି ଭାବେ ବ୍ୟବହାର କରିଛେ? ସତେ ଯେପରି ଓଡ଼ିଶା ଚୋରଙ୍କ ଚରାଭୂମି ପାଲଟିଛି । ଏ ଓଡ଼ିଶାକୁ କେଉଁମାନେ ନିର୍ମାଣ କରୁଛନ୍ତି, ଯେଉଁମାନେ ବାଲି ଚୋରି କରୁଛନ୍ତି , ଯିଏ ଗୋଡ଼ି ଚୋରି କରୁଛି, ଯିଏ ଖଣି ଚୋରି କରି ବହୁତ ଟଙ୍କା ରୋଜଗାର କରୁଛନ୍ତି । 

ଆମେ ଓଡ଼ିଆମାନେ କେବଳ ତାଙ୍କ ଦୟାରେ ଅଇଁଠା ପତ୍ରରୁ କିଛି ଖାଇ ନିଜକୁ ଗୌରବାନ୍ୱିତ ମନେ କରୁଛୁ । ଆମେ ଏଭଳି ଗୋଟିଏ ଓଡ଼ିଶା ତିଆରି କରିପାରିବା କି ଯେଉଁଥିରେ ବାଲି ଚୋରି କରିବାର ଆବଶ୍ୟକତା ପଡ଼ିବ ନାହିଁ, କେହି ଭୂମିହୀନ ରହିବେ ନାହିଁ, କେହି ବାସହୀନ ରହିବେନି । ରାଜନେତାଙ୍କ ଉପରେ ସବୁକିଛି ଛାଡ଼ିଦେଲେ ଚଳିବ ନାହିଁ  ।  ଏଭଳି ମାନସିକତାରେ ଓଡ଼ିଶା ନିର୍ମାଣ ହୋଇପାରିବ ନାହିଁ  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe