୧୦ମ ଭିନ୍ନକ୍ଷମ ଚଳଚ୍ଚିତ୍ର ଉତ୍ସବ ଧୂନି-୨୦୨୫ ଉଦ୍‌ଯାପିତ : ସକ୍ଷମ, ଟ୍ୟୁନ୍ ଅଫ୍ ଲାଇଫ୍ ଓ କଟ୍ଟିସ୍ କଳି ଶ୍ରେଷ୍ଠ ଚଳଚ୍ଚିତ୍ର

Advertisment

୧ମିନିଟ ବର୍ଗରେ ଅନନ୍ୟ ଜାନୁନଗୋଙ୍କ ସକ୍ଷମ ସର୍ବଶ୍ରେଷ୍ଠ ବିବେଚିତ ହୋଇ ଡ ଶରତ ପୂଜାରୀ ସ୍ମାରକୀ ପୁରସ୍କାର ଲାଭ କରିଥିବାବେଳେ ୫ ମିନିଟ ବର୍ଗରେ ଆକାଶ ମନୋହର ଫୁକ୍ରଙ୍କ ନିର୍ଦ୍ଦେଶିତ ' ଟ୍ୟୁନ୍ ଅଫ୍ ଲାଇଫ୍’ ଏବଂ ୩୦ ମିନିଟ ବର୍ଗରେ ଆଦିତ୍ୟ ଯାଦବଙ୍କ ‘କଟ୍ଟି ସ୍ କଟ୍ଟି” ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି ।

୧ମିନିଟ ବର୍ଗରେ ଅନନ୍ୟ ଜାନୁନଗୋଙ୍କ ସକ୍ଷମ ସର୍ବଶ୍ରେଷ୍ଠ ବିବେଚିତ ହୋଇ ଡ ଶରତ ପୂଜାରୀ ସ୍ମାରକୀ ପୁରସ୍କାର ଲାଭ କରିଥିବାବେଳେ ୫ ମିନିଟ ବର୍ଗରେ ଆକାଶ ମନୋହର ଫୁକ୍ରଙ୍କ ନିର୍ଦ୍ଦେଶିତ ' ଟ୍ୟୁନ୍ ଅଫ୍ ଲାଇଫ୍’ ଏବଂ ୩୦ ମିନିଟ ବର୍ଗରେ ଆଦିତ୍ୟ ଯାଦବଙ୍କ ‘କଟ୍ଟି ସ୍ କଟ୍ଟି” ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି ।

Marketing

Marketing Photograph: (kanaknews)

ଭିନ୍ନକ୍ଷମ ଚଳଚ୍ଚିତ୍ର ଉତ୍ସବ ଧ୍ଵନି ୧୦ମ ସଂସ୍କରଣ ପ୍ରତିଯୋଗିତାରେ ପ୍ରଦର୍ଶିତ ଚଳଚ୍ଚିତ୍ରର ଫଳାଫଳ ଘୋଷିତ ହୋଇଯାଇଛି । ୧ମିନିଟ ବର୍ଗରେ ଅନନ୍ୟ ଜାନୁନଗୋଙ୍କ ସକ୍ଷମ ସର୍ବଶ୍ରେଷ୍ଠ ବିବେଚିତ ହୋଇ ଡ ଶରତ ପୂଜାରୀ ସ୍ମାରକୀ ପୁରସ୍କାର ଲାଭ କରିଥିବାବେଳେ ୫ ମିନିଟ ବର୍ଗରେ ଆକାଶ ମନୋହର ଫୁକ୍ରଙ୍କ ନିର୍ଦ୍ଦେଶିତ ' ଟ୍ୟୁନ୍ ଅଫ୍ ଲାଇଫ୍’ ଏବଂ ୩୦ ମିନିଟ ବର୍ଗରେ ଆଦିତ୍ୟ ଯାଦବଙ୍କ ‘କଟ୍ଟି ସ୍ କଟ୍ଟି” ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି ।

ରାଜ୍ୟ ସରକାରଙ୍କ ସାମାଜିକ ସଶକ୍ତିକରଣ ବିଭାଗ ଓ ଆଇନା ସହଯୋଗରେ ସ୍ଥାନୀୟ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଦୁଇଦିନିଆ ଭିନ୍ନକ୍ଷମ ଚଳଚ୍ଚିତ୍ର ଉତ୍ସବ ୧୦ମ ଧ୍ୱନିର ଉଦ୍‌ଯାପନୀ ଦିବସରେ ପ୍ରୋକ୍ତ ତିନିଟି ଚଳଚ୍ଚିତ୍ରକୁ ପ୍ରଥମ ପୁରସ୍କାର ମିଳିଥିବାବେଳେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ୧ ମିନିଟ ବର୍ଗରେ ଅଭିନନ୍ଦନ ଶତପଥୀଙ୍କ ‘ସାଇଲେନ୍ସ ଭିଜନ୍”, ୫ ମିନିଟ ବର୍ଗରେ ସୁରେଶ କୁମାରଙ୍କ 'ବେଉଲା’ ଏବଂ ସାମିଲ ରାଜନ ‘ଇସାଇ’, ଶୁଭ୍ରାଂଶୁ ସାହୁଙ୍କ ‘ରି ଥଙ୍କ’, ସୁଶ୍ରୀ ସହେଲି ସାନ୍ୟାଲଙ୍କ “ ବିୟଣ୍ଡ ଲେଭଲସ୍"; ଏବଂ ୩୦ ମିନିଟ ବର୍ଗରେ ୨ୟ ଓ ୩ୟ ସ୍ଥାନ ଅଧିକାର କରିଛନ୍ତି ଯଥାକ୍ରମେ ଜରିଆ ଚାପାନୋରାଙ୍କ ‘ଦ ୱେ ଉଇ ଆର୍’ ଏବଂ ରିଦ୍ଧବେଶ ଭଟ୍ଟାଚାର୍ଜୀଙ୍କ ‘ଅଶ୍ରୁତ’, ପୁରସ୍କାର ଲାଭ କ ରିଛି ।

ଉତ୍ସବ କମିଟିର ଅଧ୍ୟକ୍ଷ ଜିତେନ୍ଦ୍ର ବିଶ୍ବାଳଙ୍କ ସଭାପତିତ୍ବରେ ଉଦ୍‌ଯାପନୀ ଦିବସ ସମାରୋହକୁ ପ୍ରାରମ୍ଭରେ ରାଜ୍ୟ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ଉଦ୍‌ଘାଟନ କରି କହିଥିଲେ ଯେ ଅସମାନତା ହେଉଛି ମାନବିକତାର ସବୁଠୁ ବଡ ଆହ୍ବାନ ଏବଂ ଏସବୁର ଉପସ୍ଥାପନା ପାଇଁ ଜନତାଙ୍କୁ ଭଲ ଭାବରେ ପ୍ରଭାବିତ କରିବାପାଇଁ ଏଭଳି ଦୃଷ୍ଟାନ୍ତମୂଳକ ଚଳଚ୍ଚିତ୍ର ନିର୍ମାଣର ଆବଶ୍ୟକତା ରହିଛି ।

ବିଶିଷ୍ଟ ସିନେ ନର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର କହିଥିଲେ ଯେ ଭିନ୍ନକ୍ଷମ ପିଲାମାନଙ୍କ ସାମ୍ନାରେ ଅନେକ ସୁଯୋଗ ଅଛି । ସେମାନଙ୍କ ପିତାମାତା ପରଦାରେ ନିଜକୁ ଦେଖିବା ଏବଂ ସେମାନଙ୍କର ସମର୍ଥନକୁ କଳ୍ପନା କରିବାକୁ ଆଗେଇ ଆସିବା ଉଚିତ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ବ୍ରତତୀ ହରିଚନ୍ଦନ, ଫିକି ଫ୍ଲୋର ଅଧ୍ୟକ୍ଷା ଡ. ପ୍ରଜ୍ଞାପାରମିତା ମିଶ୍ର ପ୍ରମୁଖ ବକ୍ତବ୍ୟ ରଖୁଥିଲେ । ଧ୍ଵନିର ଅଧ୍ୟକ୍ଷ ଜିତେନ୍ଦ୍ର ବିଶ୍ଵାଳ କହିଥିଲେଯେ ବହୁତ ନୀତି ବର୍ତମାନ ପରିବର୍ତନ ହୁଏ, ଅନେକ ସୁଯୋଗ ପାଇଁ ବୈଷୟିକତାର ଆବଶ୍ୟକ ଜ୍ଞାନର ହୁଏ ।

ଆମେ ଏହି ଧ୍ଵନି ଚଳଚ୍ଚିତ୍ର ଉତ୍ସବ ମାଧ୍ୟମରେ ସେମାନଙ୍କର ଅଭାବ ବ୍ୟତୀତ ସେମାନଙ୍କର ଦକ୍ଷତା ଦେଖାଇବାକୁ ଚାହୁଁଥିଲୁ । ଚଳିତବର୍ଷ ପ୍ରତିଯୋଗିତାରେ ଫିଲ୍ମ ସଂଖ୍ୟା ବୃଦ୍ଧି ପାଇବା ଏହାର ଲୋକପ୍ରିୟତାର ପ୍ରମାଣବୋଲି ସେ କହିଥିଲେ ।
ସେହିପରି କୃତ୍ରିମ ବୁଦ୍ଧିମତା ଓ ଭିନ୍ନକ୍ଷମ ଶୀର୍ଷକ ଏକ ଆଲୋଚନା ଚକ୍ର ନମ୍ରତା ଚହଲଙ୍କ ଅଧ୍ୟକ୍ଷତାରେ ହୋଇଥିଲା, ଯେଉଁଥରେ ମନୀଷ ପାଣ୍ଡେ, ମାନସ ପଟ୍ଟନାୟକ,

ପଂଚମୀ ମାନୁ ଉକିଳ, ରଶ୍ମିରଂଜନ ମହାନ୍ତି ଏବଂ ସାଗରିକା ରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ଉଦ୍‌ଯାପନୀ ପର୍ବରେ ଅଭିନେତା ଅଭିଷେକ ଗିରି, ପ୍ରଫେସର ମୃଣାଳ ଚାଟାର୍ଜୀ ଲଳିତା ମିଶାଲ, ଡ ଅଦିତି ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖୁଥ‌ିବା ବେଳେ ଧ୍ଵନିର କାର୍ଯ୍ୟକ୍ରମ ସଂଯୋଜିକା ସୁଶ୍ରୀ ଫୁଲରୀ ଚକମା ଧନ୍ୟବାଦ ଜ୍ଞାପନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe