କନକ ବ୍ୟୁରୋ: ଅବ୍ୟବସ୍ଥାରେ ୧୦୮ ଆମ୍ବୁଲାନ୍ସ ସେବା । କେଉଁଠି ଏସି କାମ ଦେଉନି ତ କେଉଁଠି ଚକ ନଷ୍ଟ ହୋଇଯାଇଛି । ଆଉ କେଉଁଠି ଗାଡି ଭିତରେ ଗଳୁଛି ପାଣି । ଏଭଳି ଅନେକ ସମସ୍ୟା ବାରମ୍ବାର ପ୍ରସାରଣ କରିବା ପରେ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଥିଲା । ଏସି ମରାମତି କରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ସ୍ବାସ୍ଥ୍ୟ ବିଭାଗ। କିନ୍ତୁ ବାସ୍ତବରେ ୧୦୮ ଆମ୍ବୁଲାନ୍ସର ଅବସ୍ଥା ସାରା ରାଜ୍ୟରେ ବେହଲା ହୋଇପଡ଼ିଛି ।