କନକ ବ୍ୟୁରୋ : ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ । ଥାନାରେ ଏତଲା ଦେଲେ ଖଲ୍ଲିକୋଟ ୧୦୮ କର୍ମଚାରୀ ସଂଘ । ବିଳମ୍ବରେ ପହଞ୍ଚିବା ଅଭିଯୋଗରେ କର୍ମଚାରୀଙ୍କୁ ଦୁଇ ଜଣ ଯୁବକ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ସହ ୧୦୮ ଗାଡ଼ିର ଚାବି ନେଇ ଫିଙ୍ଗିଦେଲେ ଦୁଇ ଯୁବକ । ଗତ ବିଳମ୍ବିତ ରାତିରେ  ଖଲ୍ଲିକୋଟରୁ ବ୍ରହ୍ମପୁର ରୋଗୀ ନେଇ ଯାଇଥିଲେ ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ସୁୟାଂଶୁ ବେହେରା । ସେ ଫେରିବା ବେଳେ ଛତ୍ରପୁର ନିକଟରେ ଆଉ ଏକ ରୋଗୀକୁ ଖଲ୍ଲିକୋଟ ମେଡିକାଲରୁ ବ୍ରହ୍ମପୁର ନେବା ପାଇଁ ଫୋନ ଆସିଥିଲା । ସେ ଛତ୍ରପୁରରୁ ଖଲ୍ଲିକୋଟ ମେଡିକାଲରେ ପହଞ୍ଚିବା ପରେ ବିଳମ୍ବରେ ଆସିଥିବା ଅଭିଯୋଗ କରି ଦୁଇ ଜଣ ଯୁବକ ଗାଡ଼ିରୁ ଭିଡ଼ି ନେଇ ସୁୟାଂଶୁଙ୍କୁ ମାଡ଼ ମାରିଥିଲେ ।

Advertisment

ଏହା ସହ ଗାଡ଼ିରେ ଗୁରୁତର ରୋଗୀ ରହିଥିବା ବେଳେ ଗାଡ଼ିରୁ ଚାବି ନେଇ ଅନ୍ୟତ୍ର ଫିଙ୍ଗି ଦେଇଥିଲେ ସେହି ଯୁବକ । ତେବେ ଆଜି ଖଲ୍ଲିକୋଟରେ କାର୍ଯ୍ୟରତ ଥିବା ୧୦୮ ଆମ୍ବୁଲାନ୍ସ ସଂଘ କର୍ମଚାରୀମାନେ ଖଲ୍ଲିକୋଟ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ତେବେ ଥାନା ଏତଲା ନ ଦେବାକୁ ମଧ୍ୟ ଆକ୍ରମଣ କରିଥିବା ଯୁବକମାନେ ଧମକ ଦେଇଥିବା ୧୦୮ କର୍ମଚାରୀ କହିଛନ୍ତି ।