କନକ ବ୍ୟୁରୋ : ଘାଟି ରାସ୍ତାରେ ଅଚଳ ହୋଇଗଲା ୧୦୮ଆମ୍ବୁଲାନ୍ସ । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଲେ ରୋଗୀ । ଅନ୍ୟ ଏକ ଆମ୍ବୁଲାନ୍ସ ଡକାଇ ଗଲେ ଡାକ୍ତରଖାନା । ରୋଗୀ ଧରି କୋରାପୁଟ ମେଡ଼ିକାଲ୍ ଯାଉଥିଲା ୧୦୮ଆମ୍ବୁଲାନ୍ସ । ଘାଟି ରାସ୍ତାରେ ଆମ୍ବୁଲାନ୍ସ ଖରାପ ହୋଇଯିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଲେ ରୋଗୀଙ୍କ ସହ ଆମ୍ବୁଲାନ୍ସର ଚାଳକ ଓ ହେଲଫର୍ । ଘଟଣା ଘଟିଛି କୋରାପୁଟ ଜୟପୁର ୨୬ନମ୍ୱର ଜାତୀୟ ରାଜପଥର କୋରାପୁଟ ଘାଟି ନିକଟରେ ।
୧୦୮ଆମ୍ବୁଲାନ୍ସଟି ବୈପାରିଗୁଡ଼ାରୁ ରୋଗୀ ଧରି କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ୍ କଲେଜ୍ ଓ ହସପିଟାଲକୁ ଆସୁଥିଲା । କିନ୍ତୁ ଗତକାଲି ରାତି ଆଠଟା ବେଳେ ଆମ୍ବୁଲାନ୍ସଟି କୋରାପୁଟ ଘାଟି ଚଢ଼ୁଥିବା ବେଳେ କୌଣସି ଖରାପ ହୋଇଯାଇଥିଲା । ଆମ୍ବୁଲାନ୍ସ ଖରାପ ହେବାରୁ ଆମ୍ବୁଲାନ୍ସ ଡ଼୍ରାଇଭର ଏ ନେଇ ସେ ତାଙ୍କ ଟିମକୁ ଜଣାଇଥିଲେ । କିନ୍ତୁ ପାଖାପାଖି ପନ୍ଦର ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେବ ଗାଡ଼ି ଟି ସେଇ ଘାଟି ରାସ୍ତାରେ ପଡ଼ିରହିଛି । ଘାଟି ରାସ୍ତାରେ ଆମ୍ବୁଲାନ୍ସଟି ରହିବା ଫଳରେ ରାସ୍ତା ବି ଏକ ପ୍ରକାର ଜାମ୍ ହୋଇ ରହିଛି । ଅନ୍ୟ ପଟେ ଘାଟି ପାହାଡିଆ ରାସ୍ତାରେ ରାତି ସାରା ନ ଖାଇ ନ ପିଇ ଆମ୍ବୁଲାନ୍ସ ଡ୍ରାଇଭର୍ ଓ ହେଲପର୍ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।