କନକ ବ୍ୟୁରୋ : ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଟେକା ହୋଇ ଆସିଲେ ୧୦୫ ବର୍ଷୀୟ ବୃଦ୍ଧ। ଅଣ୍ଟା ଭାଙ୍ଗି ଘରେ ଶଯ୍ୟାଶାୟୀ ଥିବା ଏ ବୃଦ୍ଧଙ୍କୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଡକେଇ ଭତ୍ତା ଦେଇଛନ୍ତି । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଲିପାଟ ଗାଁରେ। ବୃଦ୍ଧ ଶୁକୃ ଦଳେଇ ଶଯ୍ୟାଶାୟୀ ଥିବାରୁ ତାଙ୍କ ନାତି ପଞ୍ଚାୟତ କାର୍ଯ୍ୟାଳୟ ଆସି ଭତ୍ତା ନେଉଥିଲେ । ହେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁକୃ ପଞ୍ଚାୟତ କାର୍ଯ୍ୟାଳୟ ଆସି ଫଟୋ ଉଠେଇଲେ ଭତ୍ତା ମିଳିବ ବୋଲି କହିଥିଲେ । ପରେ ଶଯ୍ୟାଶାୟୀ ବୃଦ୍ଧଙ୍କୁ ଅଟୋରେ ଅଣାଯାଇଥିଲା। ସରକାର କହିଲେ ବୃଦ୍ଧ, ବୃଦ୍ଧା, ରୋଗୀ, ଶଯ୍ୟାଶାୟୀଙ୍କୁ ପଞ୍ଚାୟତ ଅଧିକାରୀ ଘରେ ନେଇ ଭତ୍ତା ଦେଇ ଆସିବେ। ହେଲେ ବାଲିପାଟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଏଭଳି ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କଣ ସରକାରୀ ନିୟମ ଉପରେ କି ବୋଲି ପ୍ରଶ୍ନ ଉଠିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us