କନକ ବ୍ୟୁରୋ : ଭତ୍ତା ପାଇଁ ପଞ୍ଚାୟତ   କାର୍ଯ୍ୟାଳୟକୁ  ଟେକା ହୋଇ ଆସିଲେ ୧୦୫ ବର୍ଷୀୟ ବୃଦ୍ଧ। ଅଣ୍ଟା ଭାଙ୍ଗି ଘରେ ଶଯ୍ୟାଶାୟୀ ଥିବା ଏ ବୃଦ୍ଧଙ୍କୁ ପଞ୍ଚାୟତ  କାର୍ଯ୍ୟନିର୍ବାହୀ  ଅଧିକାରୀ ଡକେଇ ଭତ୍ତା ଦେଇଛନ୍ତି । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଲିପାଟ ଗାଁରେ। ବୃଦ୍ଧ ଶୁକୃ ଦଳେଇ ଶଯ୍ୟାଶାୟୀ ଥିବାରୁ ତାଙ୍କ ନାତି ପଞ୍ଚାୟତ   କାର୍ଯ୍ୟାଳୟ  ଆସି ଭତ୍ତା ନେଉଥିଲେ । ହେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ   ଅଧିକାରୀ ଶୁକୃ ପଞ୍ଚାୟତ କାର୍ଯ୍ୟାଳୟ   ଆସି ଫଟୋ ଉଠେଇଲେ ଭତ୍ତା ମିଳିବ ବୋଲି କହିଥିଲେ । ପରେ ଶଯ୍ୟାଶାୟୀ ବୃଦ୍ଧଙ୍କୁ ଅଟୋରେ ଅଣାଯାଇଥିଲା। ସରକାର କହିଲେ ବୃଦ୍ଧ, ବୃଦ୍ଧା, ରୋଗୀ, ଶଯ୍ୟାଶାୟୀଙ୍କୁ ପଞ୍ଚାୟତ ଅଧିକାରୀ ଘରେ ନେଇ ଭତ୍ତା ଦେଇ ଆସିବେ। ହେଲେ ବାଲିପାଟ ପଞ୍ଚାୟତ କାର୍ଯ୍ୟନିର୍ବାହୀ  ଅଧିକାରୀଙ୍କ ଏଭଳି ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ  ଅଧିକାରୀ କଣ ସରକାରୀ ନିୟମ ଉପରେ କି ବୋଲି ପ୍ରଶ୍ନ ଉଠିଛି । 
  

Advertisment