କନକ ବ୍ୟୁରୋ: ଗତ ତିନି ବର୍ଷରେ ଉଦ୍ଧାର ହେଲେଣି ୧୦୧ ଶିଶୁ ଶ୍ରମିକ । ତା ଭିତରୁ ୨୦୨୨-୨୩ରେ ୫ ଜଣ ଶିଶୁ ଉଦ୍ଧାର ହୋଇଥିବାବେଳେ, ୨୦୨୩-୨୪ରେ ୪୫ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି । ଖାଲି ସେତିକି ନୁହେଁ ୨୦୨୪-୨୫ରେ ୫୧ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ସରକାର । ତେବେ ଏନେଇ ବିଜେପି ବିଧାୟିକା ଉପାସନା ମହାପାତ୍ର ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ଗତ ତିନି ବର୍ଷରେ କେତେ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି ଏବଂ କେଉଁ କେଉଁ ଜିଲ୍ଲାରୁ କେତେ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି? ଏହାର ଉତ୍ତର ରଖି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ ଯେ, ରାଜ୍ୟରେ ଗତ ୩ ବର୍ଷରେ ୧୦୧ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ଶିଶୁମାନଙ୍କୁ ଥଇଥାନ କରିବା ପାଇଁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବା ସହିତ ଶିଶୁ ଶ୍ରମିକ ନିଯୁକ୍ତିଦାତାମାନଙ୍କ ବିରୋଧରେ ୧୧୬ଟି ମକୋଦ୍ଦମା ଦାୟର କରାଯାଇଛି ।
/filters:format(webp)/kanak/media/media_files/2025/09/23/child-labour-2025-09-23-12-45-15.jpeg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/09/23/child-labour-2025-09-23-12-46-59.jpg)