ପଦ୍ମପୁରରେ ଖୋଲା ରଙ୍ଗମଞ୍ଚର ଶହେ ବର୍ଷ ପୂର୍ତ୍ତି ପାଳିତ

ପଦ୍ମପୁରରେ ମଞ୍ଚ ନାଟକ ବା ଖୋଲା ରଙ୍ଗମଞ୍ଚର ୧୦୦ ବର୍ଷ ପୂର୍ତ୍ତି ପାଳିତ । ତିନି ଦିବସୀୟ ଏହି ନାଟକ ମହୋତ୍ସବକୁ ଦେଖିବାକୁ ଅନେକ କଳାପ୍ରେମୀ ଏକାଠି ହୋଇଛନ୍ତି ।

Padmapur

Padmapur Photograph: (kanak news)

କନକ ବ୍ୟୁରୋ : ମଞ୍ଚ ନାଟକ ବା ଖୋଲା ରଙ୍ଗମଞ୍ଚ ଲୋକଙ୍କର ବେଶ ପସନ୍ଦ , କାହିଁକି ନା ଏହା ଲୋକଙ୍କୁ କମ ସମୟ ମଧ୍ୟରେ ବେଶ ଆନନ୍ଦ ଦେଇଥାଏ । ଏହା କେବଳ ଆନନ୍ଦ ନୁହେଁ ସମାଜରେ ଘଟିଯାଉଥିବା ଘଟଣା ଗୁଡିକ ବିଷୟରେ ଅବଗତ କରିବା ସହ ଲୋକଙ୍କୁ ସଚେତନତା ବାର୍ତ୍ତା ମଧ୍ୟ ଦେଇଥାଏ । ଖୋଲା ରଙ୍ଗମଞ୍ଚ  ନାଟକ ପରିବେଷଣର ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଛି ବରଗଡ଼ ଜିଲ୍ଲା ପଦ୍ମପୁରର ଅବର୍ଣ୍ଣିଗୁଡା ନାଟ୍ୟ ସଂସଦ।

ପଦ୍ମପୁରରେ ମଞ୍ଚ ନାଟକ ବା ଖୋଲା ରଙ୍ଗମଞ୍ଚର ୧୦୦ ବର୍ଷ ପୂର୍ତ୍ତି ପାଳିତ । ତିନି ଦିବସୀୟ ଏହି ନାଟକ ମହୋତ୍ସବକୁ ଦେଖିବାକୁ ଅନେକ କଳାପ୍ରେମୀ ଏକାଠି ହୋଇଛନ୍ତି । ବିଭିନ୍ନ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ସାହିତ୍ୟର ଚର୍ଚ୍ଚିତ ଗଳ୍ପର ନାଟକ ପ୍ରଦର୍ଶନ କରାଯାଉଛି । ଶୀତୁଆ ସଂଧ୍ୟାରେ ଏହି ନାଟକର ମଜା ନେଉଛନ୍ତି ଦର୍ଶକ ।

ଆହୁରି ପଢ଼ନ୍ତୁ... Bihar Election : ବିହାରରେ ଭୋଟ୍ ଚାଲିଛି, ହଠାତ୍ ଜେଡିୟୁ ଅଫିସରେ ପହଞ୍ଚିଲେ ନୀତିଶ

୧୯୨୫ରେ ତତକାଳୀନ ରାଜବୋଡ଼ାସମ୍ବର ଜମିଦାର ଲାଲ ରାଜେନ୍ଦ୍ର ନାରାୟଣ ସିଂ ବରିହା ପଦ୍ମପୁରରେ ଏହି ଖୋଲା ରଙ୍ଗମଞ୍ଚର ଆରମ୍ଭ କରିଥିଲେ । ଏହାପରେ ଅନେକ ନାଟ୍ୟ ସଂସଦ ମାଧ୍ୟମରେ କଳାକାର ତାଙ୍କ କଳା ପ୍ରଦର୍ଶନ କରି ରାଜ୍ୟ ତଥା ରାଜ୍ୟ ବାହାରେ ପଦ୍ମପୁରକୁ ଗୌରବାନ୍ୱିତ କରଛନ୍ତି । ସେମାନଙ୍କ ମଧ୍ୟରୁ କିଛି କଳାକାର ଜୀବିତ ରହିଛନ୍ତି , ଅନେକଙ୍କର ଦେହାନ୍ତ ହୋଇଗଲାଣି । ସେହି ଦିବଂଗତ କଳାକାରଙ୍କ ସ୍ମୃତି ଚାରଣ କରି ମଞ୍ଚ ନାଟକର ୧୦୦ ବର୍ଷ ପୂର୍ତ୍ତି ପାଳନ କରିଛନ୍ତି ପଦ୍ମପୁରର ଅବର୍ଣ୍ଣିଗୁଡା ନାଟ୍ୟ ସଂସଦ। ପଦ୍ମପୁରରେ ଗୋଟିଏ ସ୍ଥାୟୀ ନାଟ୍ୟ ମଣ୍ଡପ ତିଆରି ହୋଇପାରିଲେ କଳାକାର ଓ କଳାପ୍ରେମୀଙ୍କୁ ନାଟକ ପ୍ରତି ଆହୁରୀ ଉତ୍ସାହିତ କରିହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe