କନକବ୍ୟୁରୋ : ପ୍ରାଣ ହରାଇଲା ଏସିଆର ସବୁଠାରୁ ବୟସ୍କା ହାତୀ । ୧୦୦ ବର୍ଷୀୟା ବତ୍ସଳାର ମୃତ୍ୟୁ ହୋଇଛି ।  ଦାଦି ଓ ଦାଇ ମା ନାମରେ ବେଶ ପରିଚିତ ଥିଲା ବତ୍ସଳା । ମଙ୍ଗଳବାର ମଧ୍ୟପ୍ରଦେଶର ପାନ୍ନା ବ୍ୟାଘ୍ର ସଂରକ୍ଷଣରେ ବହୁ ଅଙ୍ଗ ଅକାମୀ ହୋଇ ଯିବାରୁ ଶେଷ ନିଶ୍ୱାସ ତ୍ୟାଗ କରିଛି ବତ୍ସଳା  ।   ଅନେକ ଦିନ ଧରି ସେ ରୋଗାକ୍ରାନ୍ତ ଥିଲା  ।  କେରଳର ନିଲାମ୍ବୁର ଜଙ୍ଗଲରେ ଜନ୍ମଗ୍ରହଣ କରିଥିବା ବତ୍ସଳା କାଠ ବ୍ୟବସାୟରେ ଜଣେ କାର୍ଯ୍ୟରତ ହାତୀ ଭାବରେ ଯାତ୍ରା ଆରମ୍ଭ କରିଥିଲ।  ।

Advertisment

୧୯୭୧ ମସିହାରେ, ମଧ୍ୟପ୍ରଦେଶର ହୋଶଙ୍ଗା ବାଦକୁ ତା ପରେ ୧୯୯୩ରୁ ପାନ୍ନା ବ୍ୟାଘ୍ର ଅଭୟାରଣ୍ୟରେ ସେ ରହିଆସୁଥିଲା । ସେଠାରେ ବାଘମାନଙ୍କୁ ଟ୍ରାକିଂ କରିବାରେ, ବନ୍ୟପ୍ରାଣୀ ସଂରକ୍ଷଣରେ ତାର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା । ଜୀବନ ବ୍ୟାପି ଛୁଆ ହାତୀଙ୍କ ଲାଳନ ପାଳନ କରୁଥିଲା ବତ୍ସଳା ।  ବତ୍ସଳା ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ଥିଲା ।  ସେ ଥିଲା ପାନ୍ନାର ଗର୍ବ  ।  ବତ୍ସଳା ସହ ପାନ୍ନାର କର୍ମଚାରୀଙ୍କର ସ୍ନେହର ସଂପର୍କ ଯୋଡିହୋଇଥିଲା ।  ତାର ମୃତ୍ୟୁ ବନ୍ୟପ୍ରାଣୀ  ଜଗତ ପାଇଁ ଏକ ବଡ କ୍ଷତି ବୋଲି କୁହାଯାଉଛି ।