କନକ ବ୍ୟୁରୋ: ଗୃହରେ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ ଅପରାଧ ବାବଦରେ ପ୍ରଶ୍ନ କରିଥିଲେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ । ଏହାର ଲିଖିତ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷ ମଧ୍ୟରେ ୧୦୦ ଟି ହତ୍ୟା ଘଟଣା ଘଟିଛି । ସେହି ହତ୍ୟା ଘଟଣାରେ ମୋଟ୍ ୩୨୮ ଜଣ ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଧରା ଯାଇଛି ଏବଂ କୋର୍ଟ ହାଜତକୁ ପଠାଯାଇଛି ।
ମୋଟ୍ ୧୦୦ଟି ମାମଲା ମଧ୍ୟରୁ ୨ ଗୋଟି ମାମଲାରେ ଦୋଷୀମାନଙ୍କୁ ଦଣ୍ଡିତ କରାଯାଇଛି । ୨୨ଟି ମାମଲା ଦୋଷମୁକ୍ତ ହୋଇଛି ଏବଂ ୬୯ଟି ଗୋଟି ମାମଲା ଏବେବି ବିଚାରାଧୀନ ଅଛି । ସେହିପରି ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କୁ ଧରିବା ସମୟରେ ପୋଲିସ ଉପରକୁ ୩୭ଟି ମାମଲାରେ ଅପରାଧୀ ଗୁଳିି ଚଳାଇଥିବାନେଇ ମାମଲା ଦାଏର ହୋଇଛି । ଅପରାଧୀ ଗୁଳି ଚାଳନା ସମୟରେ ୬୩ ଜଣ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଏଭଳି ସ୍ଥିତିରେ ଗଞ୍ଜାମରେ ୩୭ ଟି ମାମଲାରେ ୪୧ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଥିବା ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।