୧୦୦ ଘଣ୍ଟାର ଯୁଦ୍ଧ, ୩୧ ହଜାର କୋଟିର ଖର୍ଚ୍ଚ: ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ମହାସମର

Advertisment

ଥିଙ୍କ ଟ୍ୟାଙ୍କ ରିପୋର୍ଟରେ କୁହାଯାଇଛି ଯେ ପାଟ୍ରିଅଟ୍ ଭଳି ବାୟୁ ପ୍ରତିରକ୍ଷା ଇଣ୍ଟରସେପ୍ଟର ସିଷ୍ଟମ ପାଇଁ ୧.୭ ବିଲିୟନ ଡଲାର ଖର୍ଚ୍ଚ ହୋଇଛି, ଯେତେବେଳେ କି କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ଆକ୍ରମଣାତ୍ମକ ଅସ୍ତ୍ର ପାଇଁ ୧.୫ ବିଲିୟନ ଡଲାର ଖର୍ଚ୍ଚ ହୋଇଛି। ଏହା ବ୍ୟତିତ ଲଢ଼ୁଆ ବିମାନ ଓ ବିମାନ ପରିଚାଳନା ପାଇଁ ୧୨୫ ମିଲିୟନ ଡଲାର ଖର୍ଚ୍ଚ ହୋଇଛି। 

06bbs_25_06032026_111

କନକ ବ୍ୟୁରୋ :  ମାର୍ଚ୍ଚ ୬ତାରିଖ ଶୁକ୍ରବାର ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ସପ୍ତାହେ ପୁରିଛି। ଏହି ମହାଯୁଦ୍ଧରେ ଆମେରିକୀୟ ‘ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍’ (ସିଏସଆଇଏସ) ଏହି ବ୍ୟୟବହୂଳ ଯୁଦ୍ଧକୁ ନେଇ ଏକ ବିଶ୍ଳେଷଣ କରିଛି। ଏହି ଆକଳନ ୱାଶିଂଟନ୍ ସ୍ଥିତ ‘ସିଏସଆଇଏସ୍’ର ବିଶେଷଜ୍ଞ ମାର୍କ କାନସିଆନ୍ ଓ କ୍ରିସ୍ ପାର୍କଙ୍କ ଦ୍ବାରା କରାଯାଇଥିବାବେଳେ ରିପୋର୍ଟ କହିଛି, ପ୍ରଥମ ୧୦୦ ଘଣ୍ଟାର ଯୁଦ୍ଧରେ ଆମେରିକାକୁ ପ୍ରାୟ ୩.୭ ବିଲିୟନ ଡଲାର ଅର୍ଥାତ ପ୍ରାୟ ୩୧ହଜାର କୋଟି ଟଙ୍କା ଖର୍ଜ କରିବାକୁ ପଡିଛି। ସେହି ହିସାବରେ ପ୍ରତିଦିନ ହାରାହାରି ଖର୍ଚ୍ଚ ପ୍ରାୟ ୮୯୧ ମିଲିୟନ୍ ଡଲାର, ଅର୍ଥାତ ପ୍ରାୟ ୯୦କୋଟି ଡଲାର ଖର୍ଚ୍ଚ ହୋଇଥିବା ଆକଳନ କରାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ମହଙ୍ଗା ଅସ୍ତ୍ରଶସ୍ତ୍ର, କ୍ଷେପଣାସ୍ତ୍ର ଓ ବୋମା ବ୍ୟବହାର ପାଇଁ ପ୍ରାରମ୍ଭିକ ପର୍ୟ୍ୟାୟରେ ସର୍ବାଧି ଖର୍ଚ୍ଚ ହୋଇଛି। 

ଅଧିକ ପଢ଼ନ୍ତୁ :ଆମେରିକାର ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ କଲମ୍ବୋ: ଇରାନୀ ନାବିକଙ୍କୁ ସୁରକ୍ଷା ଦେଇ ସ୍ୱାଧୀନ ବୈଦେଶିକ ନୀତିର ପରିଚୟ ଦେଲେ ଦିସାନାୟକେ

ଅସ୍ତ୍ରଶସ୍ତ୍ର ଉପରେ ଖର୍ଚ୍ଚ 
ଥିଙ୍କ ଟ୍ୟାଙ୍କ ରିପୋର୍ଟରେ କୁହାଯାଇଛି ଯେ ପାଟ୍ରିଅଟ୍ ଭଳି ବାୟୁ ପ୍ରତିରକ୍ଷା ଇଣ୍ଟରସେପ୍ଟର ସିଷ୍ଟମ ପାଇଁ ୧.୭ ବିଲିୟନ ଡଲାର ଖର୍ଚ୍ଚ ହୋଇଛି, ଯେତେବେଳେ କି କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ଆକ୍ରମଣାତ୍ମକ ଅସ୍ତ୍ର ପାଇଁ ୧.୫ ବିଲିୟନ ଡଲାର ଖର୍ଚ୍ଚ ହୋଇଛି। ଏହା ବ୍ୟତିତ ଲଢ଼ୁଆ ବିମାନ ଓ ବିମାନ ପରିଚାଳନା ପାଇଁ ୧୨୫ ମିଲିୟନ ଡଲାର ଖର୍ଚ୍ଚ ହୋଇଛି। 

୨୦୦୦ ରୁ ଅଧିକ ଅସ୍ତ୍ରଶସ୍ତ୍ର ବ୍ୟବହୃତ ହୋଇଛି 
ରିପୋର୍ଟରେ ଆକଳନ କରାଯାଇଛି ଯେ ଯୁଦ୍ଧର ପ୍ରଥମ ୧୦୦ ଘଣ୍ଟା ମଧ୍ୟରେ ଆମେରିକା ୨୦୦୦ରୁ ଅଧିକ ପ୍ରକାରର ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ର ବ୍ୟବହାର କରିଛି। କେବଳ ଏହି ଅସ୍ତ୍ରଶସ୍ତ୍ରର ଷ୍ଟକକୁ ପୂରଣ କରିବା ପାଇଁ ପ୍ରାୟ ୩.୧ ବିଲିୟନ ଡଲାର ଖର୍ଚ୍ଚ ହୋଇପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଯୁଦ୍ଧ ଜାରି ରହେ, ତେବେ ଏହି ଖର୍ଚ୍ଚ ଦ୍ରୁତ ଗତିରେ ବୃଦ୍ଧି ପାଇବ। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରକୁ କଂଗ୍ରେସଠୁ ଅତିରିକ୍ତ ବଜେଟ୍ ଅନୁମୋଦନ କରିବାକୁ ପଡ଼ିପାରେ, କିନ୍ତୁ ଆମେରିକାରେ ମୁଦ୍ରାଷ୍ପୀତି, ଦରଦାମ୍ ବୃଦ୍ଧି ଓ ଯୁଦ୍ଧ ଯୋଗୁଁ ତୈଳ ମୂଲ୍ୟ ବୃଦ୍ଧି ହେତୁ ଏହି ପ୍ରସଙ୍ଗ ରାଜନୈତିକ ବିବାଦର କାରଣ ମଧ୍ୟ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe