ମୋହନ ମାଝୀ ସରକାରକୁ ୧୦୦ ଦିନ । ସଫଳତାର ସୂଚନା ପୁସ୍ତିକା ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

Advertisment

ଏହି ସରକାରରେ ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦିଆଯାଇଛି। ସୁଭଦ୍ରା ଯୋଜନାରେ ଲକ୍ଷ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଦିଆଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଧାନର ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି କଥା ଉଠାଇ ଚାଷୀଙ୍କୁ ପ୍ରାଥମିକତା ଦିଆଯାଉଥିବା ମୋହନ ମାଝୀ କହିଛନ୍ତି । ନିର୍ବାଚନ ବେଳେ ଯେଉଁ ସବୁ ପ୍ରତିଶ୍ରୁତି ଦଳ ଦେଇଥିଲା, ତାହା ଗୋଟିଏ ପରେ ଗୋଟିଏ ପୂରଣ ହେଉଥିବା ପୁରୀ ଶରଧାବାଲିରୁ ସମ୍ବୋଧନ ଅବସରରେ କହିଛନ୍ତି ସିଏମ୍

Zð÷a_

କନକ ବ୍ୟୁରୋ :  ୧୦୦ ଦିନରେ ମୋହନ ସରକାର। ରାଜ୍ୟରେ ପ୍ରଥମଥର କ୍ଷମତାକୁ ଆସିବା ପରେ ବିଜେପି ସରକାରକୁ ଆଜି ୧୦୦ ଦିନ ପୂରିଛି। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଦଳ ପକ୍ଷରୁ ଭବ୍ୟ ଆୟୋଜନ ହୋଇଛି। ସରକାର ଗଠନଠାରୁ ଆଜି ପର୍ୟ୍ୟନ୍ତ ନୂଆ ସରକାର କି କି କାମ କରିଛନ୍ତି, ତାର ହିସାବ ଲୋକଙ୍କ ଆଗରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସରକାରରେ ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦିଆଯାଇଛି। ସୁଭଦ୍ରା ଯୋଜନାରେ ଲକ୍ଷ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଦିଆଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଧାନର ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି କଥା ଉଠାଇ ଚାଷୀଙ୍କୁ ପ୍ରାଥମିକତା ଦିଆଯାଉଥିବା ମୋହନ ମାଝୀ କହିଛନ୍ତି । ନିର୍ବାଚନ ବେଳେ ଯେଉଁ ସବୁ ପ୍ରତିଶ୍ରୁତି ଦଳ ଦେଇଥିଲା, ତାହା ଗୋଟିଏ ପରେ ଗୋଟିଏ ପୂରଣ ହେଉଥିବା ପୁରୀ ଶରଧାବାଲିରୁ ସମ୍ବୋଧନ ଅବସରରେ କହିଛନ୍ତି ସିଏମ୍ । ଆଗାମୀ ୫ ବର୍ଷରେ ରାଜ୍ୟରେ ଦେଢ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଜଧାନୀ ଭୁବନେଶ୍ବରରେ ଏକ ବିରାଟ ଷ୍ଟାଡିୟମ୍ ନିର୍ମାଣ ହେବ। ବିଭିନ୍ନ ଯୋଜନାରେ ଶିକ୍ଷା ଓ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଆଯାଉଥିବା ସମ୍ବୋଧନ ବେଳେ କହିଛନ୍ତି ମୁଖ୍ୟମନ୍ତ୍ରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe