ମୋଦୀଙ୍କ ତୃତୀୟ ପାଳିର ୧୦୦ ଦିନ ; ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତାର ସବିଶେଷ  ତାଲିକା ରଖିଲେ ଅମିତ ଶାହ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ୧୦୦ ଦିନ ପୂରଣ ହୋଇଛି । ଏହି ଦିନ ମଧ୍ୟରେ  ଦେଶ ଓ ବିଶ୍ୱ କ୍ଷେତ୍ରରେ ମୋଦୀଙ୍କ କାର୍ଯ୍ୟଦକ୍ଷତାକୁ ଦେଶ ଆଗରେ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

1000 days

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ୧୦୦ ଦିନ ପୂରଣ ହୋଇଛି । ଏହି ଦିନ ମଧ୍ୟରେ  ଦେଶ ଓ ବିଶ୍ୱ କ୍ଷେତ୍ରରେ ମୋଦୀଙ୍କ କାର୍ଯ୍ୟଦକ୍ଷତାକୁ ଦେଶ ଆଗରେ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଆଜି ମୋଦୀ ୭୪ ବର୍ଷରେ ପାଦ ଥାପୁଥିବାବେଳେ ଏହାକୁ ସ୍ୱତନ୍ତ୍ର ରୂପେ ପାଳନ କରିଛି ବିଜେପି । 

ମୋଦୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢୁଛି । ଏହା ଭିତରେ ବିଜେପି ମୋଦୀଙ୍କ ୧୦୦ ଦିନର କାର୍ଯ୍ୟକୁ ଏକ ବୁକଲେଟରେ ପ୍ରକାଶ କରିଛନ୍ତି ଅମିତ ଶାହ । ଅମିତ ଶାହ କହିଛନ୍ତି, ମୋଦୀଙ୍କ ସରକାର ଦେଶର ଗରୀବଙ୍କ କଲ୍ୟାଣ ପାଇଁ ସମର୍ପିତ । ଗତ ୧୦ ବର୍ଷରେ ଦେଶ ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା କ୍ଷେତ୍ରରେ ଦୃଢ ହୋଇଛି । ସାରା ଦେଶରେ ଭାରତ ଉତ୍ପାଦନର କେନ୍ଦ୍ର ପାଲଟିଛି । ଆଜିକା ଦିନରେ ଡିଜଟାଲ କ୍ଷେତ୍ରରେ ଭାରତର ଯୋଜନାକୁ ସାରା ବିଶ୍ୱ ବିଝିପାରିଛି ଏବଂ ଗ୍ରହଣ ମଧ୍ୟ କରିଛି । ଅର୍ଥିକ କ୍ଷେତ୍ରରେ ୧୩ଟି ପାରାମିଟରକୁ ଦେଶ ପାର୍ କରିସାରିଛି । । ଏହାସହ ମହାକାଶ କ୍ଷେତ୍ରରେ ମଧ୍ୟ  ଭାରତର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ପ୍ରମାଣିତ ହୋଇସାରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe