କନକ ବ୍ୟୁରୋ : କୁନି ପିଲାଙ୍କ ଜୀବନ ନେଉଛି ସ୍ମାର୍ଟ ଫୋନ ନିଶା , ବଢ଼ୁଛି ଆତ୍ମହତ୍ୟା ପ୍ରବଣତା । ମୋବାଇଲ ପାଇଁ ଜୀବନ ହାରିଛି ୧୦ ବର୍ଷର ଶିଶୁ କନ୍ୟା । ଯିଏ ଦୁନିଆ କଣ ଦେଖିନାହିଁ , ସାମାନ୍ୟ ମୋବାଇଲ ହାତକୁ ନ ଦେବା ପାଇଁ ବାପା ମନା କରିବାରୁ ଗାମୁଛାରେ ଝୁଲି ପଡ଼ିଛନ୍ତି ପଞ୍ଚମ ଶ୍ରେଣୀ ଛାତ୍ରୀ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଂଚଳରୁ ଆସିଛି ଏପରି ଅଭାବନୀୟ ଘଟଣା । 

Advertisment

୧୦ ବର୍ଷର ଶିଶୁ କନ୍ୟା । ଜୀବନ କ'ଣ, ମୃତ୍ୟୁ କ'ଣ ଜାଣିବା ଆଗରୁ ଆରପାରିକୁ ଚାଲିଗଲା। ମୋବାଇଲ ନଦେବାରୁ ଗାମୁଛାରେ ଘର ଦୁଆର ମୁହଁରେ ଝୁଲିପଡ଼ିଲା କୁନି ଝିଅ । ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଅଞ୍ଚଳରୁ ଆସିଛି ଏହି ହୃଦୟବିଦାରକ ଖବର । ସୂଚନା ଅନୁସାରେ ଝିଅଟି ମୋବାଇଲ ଦେଖିବାକୁ ପରିବାର ଲୋକଙ୍କୁ ବାରମ୍ୱାର ମାଗିଥିଲା । କିନ୍ତୁ ପରିବାର ଲୋକ ମନା କରିବାରୁ ଦୁଃଖ, ହତାଶ ଓ ରାଗରେ ଚରମ ନିଷ୍ପତ୍ତି ନେଇଥିଲା । ତୁରନ୍ତ ଝିଅକୁ ଉଦ୍ଧାର କରି ମାଥିଲି ମେଡିକାଲକୁ ଅଣାଯାଇଥିଲା, ସେଠାରେ ମୃତ ଘୋଷଣା କରିଛନ୍ତି ଡାକ୍ତର । 

କୁନି ପିଲାଙ୍କ ପାଇଁ କାଳ ପାଲଟିଛି ସ୍ମାର୍ଟ ଫୋନ୍ । କୋମଳମତି ଶିଶୁଙ୍କ ଠାରୁ ଆରମ୍ଭ କରି କଲେଜ ପିଲା ଯାଏଁ ସମସ୍ତଙ୍କୁ ମୋବାଇଲ ଗେମ୍ ଏବଂ ରିଲ୍ସ ନିଶା ବାୟା କରୁଛି । ମୋବାଇଲ ଯୋଗୁଁ ବଢୁଥିବା ଆତ୍ମହତ୍ୟା ପ୍ରବଣତା ରୋକିବା ପାଇଁ ସଚେତନତାର ଆବଶ୍ୟକତା ରହିଛି । କାରଣ , ପରିବାର ଲୋକ ମୋବାଇଲ୍‌ ପାଇଁ ମନା କଲେ କୁନି ପିଲାଠୁ କଲେଜ ଛାତ୍ରଛାତ୍ରୀ ଜୀବନ ହାରୁଥିବା ନେଇ ରାଜ୍ୟରେ ଅନେକ ନଜିର ରହିଛି ।