କନକ ବ୍ୟୁରୋ : ପୁଣି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ମୟୁରଭଞ୍ଜ ଖୁଣ୍ଟା ଥାନାରୁ ଆସିଲା ଅଭାବନୀୟ ଘଟଣା । ତିନି ଜଣ ମିଶି ଏକ ମାସ ମଧ୍ୟରେ ଅଲଗା ଅଲଗା ସମୟରେ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଏତଲା । ଘଟଣାର ଦେଢ଼ ମାସ ପରେ ଥାନାରେ ଅଭିଯୋଗ ହେବା ପରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଖୋଦ ନାବାଳିକାର ଭିଣୋଇ ମଧ୍ୟ ସମ୍ପୃକ୍ତ ରହିଛି । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଓ ଦୁଇ ଜଣ ଯୁବକ ରହିଛନ୍ତି । ଖୁଣ୍ଟା ଥାନା ଅଞ୍ଚଳର ଜଣେ ୧୦ ବର୍ଷର ନାବାଳିକାକୁ ତିନି ଜଣ ଭିନ୍ନ ଭିନ୍ନ ସମୟରେ ଦୁଷ୍କର୍ମ କରିଥିଲେ । ହେଲେ ଜୁଲାଇ ମାସ ଶେଷରେ ସେ ଅସୁସ୍ଥ ହେବାରୁ ବାରିପଦା ପିଆରଏମ ମେଡିକାଲରେ ଚିକିତ୍ସା ହେବା ସମୟରେ ତାଙ୍କ ମାଙ୍କ ଆଗରେ ତାଙ୍କ ସହିତ ଘଟିଥିବା ଘଟଣା ବାବଦରେ କହିଥିଲେ ପୀଡ଼ିତା । ଯାହା ପରେ ମେଡିକାଲରୁ ଫେରି ନାବାଳିକାଙ୍କ ମା’ ଖୁଣ୍ଟା ଥାନାରର ତିନି ଗୋଟି ଅଲଗା ଅଲଗା ଅଭିଯୋଗ ଦେଇଥିଲେ । ଯେଉଁ ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି । ହେଲେ ସବୁଠାରୁ ବଡ଼ କଥା ହେଲା ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ନାବାଳିକାର ଭିଣୋଇ ରହିଛନ୍ତି । ନାବାଳିକାକୁ ନିଜ ଘରକୁ ନେଇ ସେଠାରେ ଦୁଷ୍କର୍ମ କରିବା ସହିତ ପୂର୍ବରୁ ମଧ୍ୟ ଦୁଷ୍କର୍ମ କରିଥିବା ନେଇ ଥାନାରେ ମାମଲା ହୋଇଛି ।
ଅସୁରକ୍ଷିତ ନାବାଳିକା ; ୧୦ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ
ତିନି ଜଣ ମିଶି ଏକ ମାସ ମଧ୍ୟରେ ଅଲଗା ଅଲଗା ସମୟରେ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଏତଲା । ଘଟଣାର ଦେଢ଼ ମାସ ପରେ ଥାନାରେ ଅଭିଯୋଗ ହେବା ପରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ ।
/kanak/media/media_files/2025/08/07/45-2025-08-07-13-24-05.jpg)