ବିସ୍ଫୋରଣ ନେଲା ୬ ଓଡ଼ିଆଙ୍କ ଜୀବନ
ଖଣି ଆଇନର ଉଡୁଛି ଧର୍ଜିଆ । ଆନ୍ଧ୍ରପ୍ରଦେଶ ବାପଟଲା ପଥର ଖାଦାନରେ ବିସ୍ଫୋରଣ, ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ 

Advertisment

ମାତିଲେ ମାଓବାଦୀ 
ରାଉରକେଲାରେ ମାଓବାଦୀଙ୍କ ହିଂସାର ତାଣ୍ଡବ, ଡିନାମାଇଟ ଲଗାଇ ଉଡାଇଦେଲେ ଟ୍ରେନ୍ ଟ୍ରାକ୍, ଜଣେ ରେଳ କର୍ମଚାରୀ ମୃତ

 ଲୁଚିଗଲା ରହସ୍ୟ
ଶବବ୍ୟବଛେଦ ପରେ ବଳାଙ୍ଗା ପୀଡ଼ିତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର, ରାତି ୯ ଟାରେ ଆସିବ ମୃତଦେହ, ଚାଲିଛି କବର ଖୋଳା, ହେଲେ ହତ୍ୟା ନା ଆତ୍ମହତ୍ୟା ଲୁଚିଗଲା ରହସ୍ୟ 

ବନ୍ଧାହେଲେ କେଳେଙ୍କାରୀର କାର୍ପଟଦାର
ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ବନ୍ଧାହେଲେ ବୋର୍ଡ ଉପସଭାପତି ନିହାର ମହାନ୍ତି, ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ, ଡିଜି କହିଲେ ନିହାରଙ୍କ ନାମରେ ରହିଛି ଅନେକ ପ୍ରମାଣ 

 ଏମଭିଆଇଙ୍କ ୩୬ ପ୍ଲଟ
ବୌଦ୍ଧ ଏମଭିଆଇଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା, ୬ ଟି ଠିକଣାରେ ଚଢାଉ, ବହୁତଳ ପ୍ରାସାଦ, ୩୬ ପ୍ଲଟ ସହ ୨୫୦ ଗ୍ରାମ ସୁନା ଜବତ୍ 

 କୁମ୍ଭୀର ପାଇଁ ପୋଖରୀ ଖାଲି
ମାଲକାନଗିରି କାଲିମେଳାରେ ଗାଁ ପୋଖରୀରେ କୁମ୍ଭୀର ଆତଙ୍କ, ଗ୍ରାମବାସୀଙ୍କ ସହାୟତାରେ ଶୁଖାଯାଉଛି ପୋଖରୀ, ଧରାହେବ ଆତଙ୍କୀ କୁମ୍ଭୀର 

 ବିରୋଧୀ ମେଣ୍ଟରୁ କିଏ ରାଷ୍ଟ୍ରପତି ପ୍ରାର୍ଥୀ ?
ଅଗଷ୍ଟ ୭ ରେ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ହେବେ ମେଣ୍ଟର ସମସ୍ତ ସହଯୋଗୀ ଦଳ, ବିହାର ଏସଆଇଆର ଓ ଉପରାଷ୍ଟ୍ରପତି ନିର୍ବାଚନ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା 

ରାଜନୀତିରେ ଧର୍ମଯୁଦ୍ଧ
ପୁଣି ଧର୍ମକୁ ନେଇ ତେଜିଲା ରାଜନୀତି, ସାଧ୍ୱୀ ପ୍ରଜ୍ଞା କହିଲେ, ମୁସଲମାନମାନେ ଆତଙ୍କବାଦୀ, ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡଙ୍କ ବୟାନ, ସନାତନ ଧର୍ମ ପାଇଁ ଭାରତ ହୋଇଛି ବର୍ବାଦ 


 "ବିଜୟୀ ହେବେ ଏନଡିଏ ପ୍ରାର୍ଥୀ'
ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଶଶି ଥରୁରଙ୍କ ବଡ଼ ବୟାନ । କହିଲେ, ଏନଡିଏ ସମର୍ଥିତ ପ୍ରାର୍ଥୀ ହେବେ ବିଜୟୀ,  କଂଗ୍ରେସ ସାଂସଦଙ୍କ ବୟାନକୁ ନେଇ ଇଣ୍ଡିଆ ମେଣ୍ଟରେ ଫାଟ 

 ସେନା କର୍ମଚାରୀଙ୍କ ଦବଙ୍ଗଗିରି
ବିମାନବନ୍ଦର ଭିତରେ ସେନା କର୍ମଚାରୀଙ୍କ ଦବଙ୍ଗଗିରି । ସ୍ପାଇସ୍ଜେଟ୍ କର୍ମଚାରୀଙ୍କୁ ନିସ୍ତୁକ ମାଡ଼, କାହାର ହାଡ ଭାଙ୍ଗିଛି ତ କିଏ ବେହୋସ, ବ୍ୟାଗର ଓଜନକୁ ନେଇ ଗଣ୍ଡଗୋଳ