କନକ ବ୍ୟୁରୋ: ୧୭ ବର୍ଷୀୟ ଆୟୁଷ ମହାତ୍ରେଙ୍କ ନେତୃତ୍ୱରେ ଭାରତର ୧୯ ବର୍ଷରୁ କମ୍ ଦଳ ଇଂଲଣ୍ଡ ଗସ୍ତରେ ଅଛି, ଯେଉଁଠାରେ ସେମାନେ ଇଂଲଣ୍ଡ ଅଣ୍ଡର ୧୯ ଟିମ୍ ବିପକ୍ଷରେ ୫ଟି ଦିନିକିଆ ଏବଂ ୨ଟି ବହୁ-ଦିବସୀୟ ମ୍ୟାଚ୍ ଖେଳୁଛନ୍ତି । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଯୁବ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ୍ ଆଜି ୱର୍ସେଷ୍ଟରରେ ଖେଳାଯାଇଥିଲା, ଯେଉଁଠାରେ ବୈଭବ ସୂର୍ଯ୍ୟବଂଶୀ ଏକ ବିସ୍ଫୋରକ ଶତକ ହାସଲ କରିଥିଲେ ।
ଏହି ମ୍ୟାଚ୍ରେ ଭାରତ ଅଣ୍ଡର-୧୯ ପାଇଁ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୫୨ ବଲ୍ରେ ଶତକ ପୂରଣ କରିଥିଲେ, ଏହା ଯୁବ ଏକଦିବସୀୟରେ ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଦ୍ରୁତତମ ଶତକ ଥିଲା । ବୈଭବ ସୂର୍ଯ୍ୟବଂଶୀ ୭୮ ବଲ୍ରେ ୧୪୩ ରନ୍ କରିଥିଲେ, ଯେଉଁଥିରେ ୧୦ଟି ଛକା ଏବଂ ୧୩ଟି ଚୌକା ସାମିଲ ଥିଲା । ବୈଭବ ସୂର୍ୟ୍ୟବଂଶୀ ହେଉଛନ୍ତି ୧୯ ବର୍ଷରୁ କମ୍ ଏକଦିବସୀୟ ମ୍ୟାଚ୍ରେ ସର୍ବାଧିକ ଛକା ମାରିଥିବା ଭାରତୀୟ ।
ବୈଭବ ସୂର୍ଯ୍ୟବଂଶୀ ପୂର୍ବରୁ ଇଂଲଣ୍ଡ ୧୯ ବର୍ଷରୁ କମ୍ ଦଳ ବିପକ୍ଷରେ ସିରିଜର ତୃତୀୟ ଏକଦିବସୀୟ ମ୍ୟାଚ୍ରେ ମାତ୍ର ୩୧ ବଲ୍ରେ ୮୬ ରନ୍ କରିଥିଲେ । ଏହି ସମୟରେ ସୂର୍ଯ୍ୟବଂଶୀ ୬ଟି ଚୌକା ଏବଂ ୯ଟି ଛକା ମାରିଥିଲେ । ୧୪ ବର୍ଷୀୟ ବୈଭବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ରେ ରାଜସ୍ଥାନ ରୟାଲ୍ସ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ ।
ଇଂଲଣ୍ଡ ୧୯ ବର୍ଷରୁ କମ୍ ବିପକ୍ଷରେ ବୈଭବଙ୍କ ସ୍କୋର:
ପ୍ରଥମ ଦିନିକିଆ - ୪୮
ରନ୍ ଦ୍ୱିତୀୟ ଦିନିକିଆ - ୪୫ ରନ୍
ତୃତୀୟ ଦିନିକିଆ - ୮୬ ରନ୍
ଚତୁର୍ଥ ଦିନିକିଆ - ୧୪୩ ରନ୍