କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

Advertisment

ପ୍ରସ୍ତାନ ଅନୁସାରେ, ପ୍ରତି ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ହେବ ଆଦର୍ଶ ବିଦ୍ୟାଳୟରେ । ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେବ । ୬ହଜାର ୭୯୪ ପଞ୍ଚାୟତରେ ବିଦ୍ୟାଳୟ ପ୍ରତିଷ୍ଠା ହେବ । ଏନେଇ ୪ରୁ ୫ କୋଟି ଖର୍ଚ୍ଚ ହେବ ।  ୪ବର୍ଷ ମଧ୍ୟରେ କାମ ସରିବ । 

କ୍ୟାବିନେଟରେ ଅର୍ଥ ବିଭାଗ ପ୍ରସ୍ତାବକୁ ଅନୁମୋଦନ । ଫେବ୍ରୁଆରି ୫ରେ ଓଡିଶା ଆସିବେ ଷୋଡଶ ଅର୍ଥ କମିଶନ୍ । ୧୨ଲକ୍ଷ ୫୬ହଜାର ୧୪୮ କୋଟିର ଦାବି ରହିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରସ୍ତାବ ରହିବ । 

ରାଜ୍ୟରେ ପ୍ରତିଷ୍ଠା ହେବ ସେମି କଣ୍ଡକ୍ଟର ୟୁନିଟ୍ । ପ୍ରଥମ କରି ଓଡିଶାରେ ପ୍ରତିଷ୍ଠା ହେବ ସେମି କଣ୍ଡକ୍ଟର ୟୁନିଟ୍ । 

ଶିତଳ ଭଣ୍ଡାର ପାଇଁ ୬୦ ପ୍ରତିଶତ ସବସିଡି ଦିଆଯିବ । ସବସିଡି ଯୋଗାଇଦେବେ ରାଜ୍ୟ ସରକାର । ଶିତଳ ଭଣ୍ଡାର ପାଇଁ ୬କୋଟି ୫୦ ଲକ୍ଷ ଟଙ୍କା ବ୍ୟବସ୍ଥା ରହିଛି । 

ବିକଶିତ ଗାଁ, ବିକଶିତ ଓଡିଶାକୁ ମଞ୍ଜୁରୀ । ଆମ ଓଡିଶା ନବୀନ ଓଡିଶା ଯୋଜନାର ଆଦୌ ସଫଳତା ନାହିଁ । ଗ୍ରାମର ବିକାଶ ପାଇଁ ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବିକଶିତ ଗାଁ ବିକଶିତ ଓଡିଶାକୁ କ୍ୟାବିନେଟ୍ ମଞ୍ଜୁରି ଦିଆଯାଇଛି । ଏଥିପାଇଁ ୧୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଗାଁ ପଲ୍ଲୀସଭାରେ ପ୍ରକଳ୍ପକୁ ଅନୁମୋଦନ ମିଳିବ । 

ନିଯୁକ୍ତି ପାଇବେ ୫ହଜାର ଡାକ୍ତର । କ୍ୟାବିନେଟରେ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୨୦୧୭ ଡାକ୍ତରୀ ନିୟମାବଳୀରେ ହେଲା ସଂଶୋଧନ । ୫ହଜାର ଡାକ୍ତରଙ୍କୁ ଦିଆଯିବ ନିଯୁକ୍ତି । 

ରାଜ୍ୟ କ୍ୟାବିନେଟ୍ ଶିଳ୍ପ ନିତୀ ୨୦୧୫ର ଦୁଇଟି ସଂଶୋଧନକୁ ଅନୁମୋଦନ କରିଛନ୍ତି । ଯେଉଁଥିରେ ଯୋଗ୍ୟ ନିବେଶକମାନେ ପ୍ରୋତ୍ସାହନ ପାଇଁ ସେମାନଙ୍କର ଦାବିକୁ ଠିକ୍ ସମୟରେ ପ୍ରଦାନ କରିବାକୁ ସକ୍ଷମ ହେବ । ଏବଂ ପ୍ରତ୍ସାହନକୁ ସୁଗମ ପରିଚାଳନା ପାଇଁ ସହାୟକ ହେବ ।