ଭାରତ-ପାକିସ୍ତାନ ସଂଘର୍ଷରେ ୧୦ ବିମାନ ଖସାଇ ଦିଆଯାଇଥିଲା: ଶୁଳ୍କ ଧମକ ଦେଇ ପରମାଣୁ ଯୁଦ୍ଧକୁ ରୋକିଥିଲି କହି ପୁଣି ଶ୍ରେୟ ନେଲେ ଟ୍ରମ୍ପ

Advertisment

ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି, ସେ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ଆଠଟି ଯୁଦ୍ଧର ସମାଧାନ କରିଛନ୍ତି। ସେଥି ମଧ୍ୟରୁ ଛଅ ଯୁଦ୍ଧ ଶୁଳ୍କ ରଣନୀତି ମାଧ୍ୟମରେ ସମାଧାନ ହୋଇଥିଲା। ମୁଁ କହିଥିଲି, ଯଦି ତୁମେ ଏହି ଯୁଦ୍ଧର ସମାଧାନ ନ କର, ତେବେ ମୁଁ ତୁମ ଉପରେ ଶୁଳ୍କ ଲାଗୁ କରିବି କାରଣ ମୁଁ ଚାହୁଁନାହିଁ ଯେ ଲୋକମାନେ ମରନ୍ତୁ ।

ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି, ସେ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ଆଠଟି ଯୁଦ୍ଧର ସମାଧାନ କରିଛନ୍ତି। ସେଥି ମଧ୍ୟରୁ ଛଅ ଯୁଦ୍ଧ ଶୁଳ୍କ ରଣନୀତି ମାଧ୍ୟମରେ ସମାଧାନ ହୋଇଥିଲା। ମୁଁ କହିଥିଲି, ଯଦି ତୁମେ ଏହି ଯୁଦ୍ଧର ସମାଧାନ ନ କର, ତେବେ ମୁଁ ତୁମ ଉପରେ ଶୁଳ୍କ ଲାଗୁ କରିବି କାରଣ ମୁଁ ଚାହୁଁନାହିଁ ଯେ ଲୋକମାନେ ମରନ୍ତୁ ।

Donald Trump

Donald Trump Photograph: (Kanak news)

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ, ସେ ଗତ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂର୍ଘର୍ଷକୁ ରୋକିଥିଲେ। ସେ କହିଛନ୍ତି, ଉଭୟ ଦେଶ ପରମାଣୁ ଯୁଦ୍ଧ ଆଡକୁ ମୁହାଁଇଥିଲେ । ଫକ୍ସ ନ୍ୟୁଜ୍‌କୁ ଏକ ସାକ୍ଷାତକାର ଦେଇ ଆମେରିକା ରାଷ୍ଟ୍ରପତି ପୁଣି ଥରେ କହିଛନ୍ତି, ମୁଁ ଶୁଳ୍କ ଧମକ ଦେଇ ଏକ ସମ୍ଭାବ୍ୟ ପରମାଣୁ ଯୁଦ୍ଧକୁ ଏଡାଇ ଦେଇଥିଲି। ସେ ଏକ ନୂଆ ଦାବି ମଧ୍ୟ କରିଛନ୍ତି ଯେଳ ଦୁଇ ଦେଶ ମଧ୍ୟରେ ସଂଘର୍ଷରେ ୧୦ ବିମାନ ଖସାଇ ଦିଆଯାଇଥିଲା । ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି, ସେ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ଆଠଟି ଯୁଦ୍ଧର ସମାଧାନ କରିଛନ୍ତି। ସେଥି ମଧ୍ୟରୁ ଛଅ ଯୁଦ୍ଧ ଶୁଳ୍କ ରଣନୀତି ମାଧ୍ୟମରେ ସମାଧାନ ହୋଇଥିଲା। ମୁଁ କହିଥିଲି, ଯଦି ତୁମେ ଏହି ଯୁଦ୍ଧର ସମାଧାନ ନ କର, ତେବେ ମୁଁ ତୁମ ଉପରେ ଶୁଳ୍କ ଲାଗୁ କରିବି କାରଣ ମୁଁ ଚାହୁଁନାହିଁ ଯେ ଲୋକମାନେ ମରନ୍ତୁ । ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ରୋକିଥିବା ନେଇ ଟ୍ରମ୍ପ ବାରମ୍ବାର ନିଜକୁ ଶ୍ରେୟ ଦେଉଛନ୍ତି। ତେବେ ଭାରତ ସାମରିକ ସଂଘର୍ଷ ରୋକିବାରେ କୌଣସି ତୃତୀୟ ପକ୍ଷର ଭୂମିକାକୁ ଅସ୍ୱୀକାର କରିଛି ।

୧୦ ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା

ଟ୍ରମ୍ପ କହିଛନ୍ତି, ମୋ ମତରେ, ଏହା ଏକ ପରମାଣୁ ଯୁଦ୍ଧ ହୋଇଥାନ୍ତା। ସେମାନେ ଏଥିପାଇଁ ପ୍ରକୃତରେ ପ୍ରସ୍ତୁତ ଥିଲେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ମୋତେ କହିଥିଲେ, ଆପଣ ଅତି କମରେ ଏକ କୋଟି ଲୋକଙ୍କ ଜୀବନ ଜୀବନ ବଞ୍ଚାଇଛନ୍ତି। ଶୁଳ୍କ ଧମକ ବିନା ଏହା ସମ୍ଭବ ହୋଇନଥାନ୍ତା। ଏହା ପ୍ରଥମ ଥର ଯେ ଟ୍ରମ୍ପ ଭାରତ-ପାକିସ୍ତାନ ଯୁଦ୍ଧରେ ଖସାଇ ଦିଆଯାଇଥିବା ବିମାନ ସଂଖ୍ୟାକୁ ୧୦କୁ ବୃଦ୍ଧି କରିଛନ୍ତି। ଟ୍ରମ୍ପ ପ୍ରଥମେ କହିଥିଲେ ଯେ, ୫ଟି ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା। ପରେ, ସେ ଏହାକୁ ସାତ ଏବଂ ତାପରେ ବିମାନ ସଂଖ୍ୟାକୁ ଆଠକୁ ବୃଦ୍ଧି କରିଥିଲେ। ଏହାକୁ ସମର୍ଥନ କରିବା ପାଇଁ ସେ କେବେ ବି କୌଣସି ତଥ୍ୟ କିମ୍ବା ପ୍ରମାଣ ପ୍ରଦାନ କରିନଥିଲେ ।

ଅଧିକ ପଢ଼ନ୍ତୁ---ଆମେରିକା ଉପରେ ଅସନ୍ତୋଷ ପ୍ରକାଶ କଲେ ଖ୍ବାଜା ଆସିଫ୍‌

ଆର୍ମେନିଆ-ଆଜରବାଇଜାନ ଯୁଦ୍ଧ ମଧ୍ୟ ଉଲ୍ଲେଖ କରାଯାଇଛି

ଭାରତ ଓ ପାକିସ୍ତାନ ବ୍ୟତୀତ, ଟ୍ରମ୍ପ୍ ଅନ୍ୟାନ୍ୟ ବିବାଦର ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ବାଣିଜ୍ୟ ବ୍ୟବହାର କରି ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ଦଶନ୍ଧି ଧରି ଚାଲିଥିବା ଉତ୍ତେଜନାର ସମାଧାନ କରିଥିବା ଦାବି କରିଛନ୍ତି। ସେ କହିଛନ୍ତି, ଏହି ଦେଶଗୁଡ଼ିକ ଆମ ସହିତ ବ୍ୟବସାୟ କରନ୍ତି। ସେମାନେ ପ୍ରାୟ ୩୨ ବର୍ଷ ଧରି ଲଢ଼ୁଥିଲେ। ମୁଁ ଏହାକୁ ଗୋଟିଏ ଦିନରେ ସମାଧାନ କରିଥିଲି। ମୁଁ କହିଥିଲି, ତୁମେ ଆମ ସହିତ ବ୍ୟବସାୟ କରୁଛ। ବିବାଦ ସମାଧନ ନକଲେ ଆମେ ତୁମ ଉପରେ ଶୁଳ୍କ ଲଗାଇବୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe