52jpc Photograph: (52jpc)
କନକ ବ୍ୟୁରୋ : ୱାକଫ୍ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ବୈଠକରେ ହଙ୍ଗାମା । ଏପରି କି ପରିସ୍ଥିତି ସମ୍ଭାଳିବା ପାଇଁ ମାର୍ଶାଲ ଡକାଇବାକୁ ପଡ଼ିଥିଲା। ଜେପିସି ବୈଠକ ଗଣ୍ଡଗୋଳ ଘଟଣାରେ ଅସଦ୍ଦୁଦ୍ଦିନ ଓବିସି ଓ କଲ୍ୟାଣ ବାନାର୍ଜୀଙ୍କ ସମେତ ମୋଟ୍ ୧୦ ଜଣ ବିରୋଧୀ ସାଂସଦଙ୍କୁ ଦିନକ ପାଇଁ ଜେପିସିରୁ ସସପେଣ୍ଡ କରାଯାଇଛି। ବିରୋଧୀ ସାଂସଦ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ କଥାକୁ ବୈଠକେ ବାରମ୍ୱାର ଉପେକ୍ଷା କରାଯାଉଛି। ଆଗରୁ ମଧ୍ୟ ବୈଠକରେ ବିବାଦ ହୋଇଥିଲା। ୱାକଫ୍ ନେଇ ଗଠିତ ଜେପିସି ବୈଠକ ଦୁଇଦିନ ଧରି ଚାଲିବ। ଆସନ୍ତା ୨୭ କିମ୍ୱା ୨୮ ତାରିଖରେ ଜେପିସି ରିପୋର୍ଟ ଦିଆଯିବ।
Follow Us