ୱାକଫ ବୋର୍ଡ ବିଲ ପାଇଁ ଗଠିତ ଜେପିସି ବୈଠକରେ ବଡ ହଙ୍ଗାମା । ଦିନକ ପାଇଁ ୧୦ ସାଂସଦ ନିଲମ୍ବିତ ।

ପ୍ରବଳ ହଟଗୋଳ କରିବାରୁ ଦିନକ ପାଇଁ ୧୦ ସାଂସଦ ନିଲମ୍ବିତ । ପରିସ୍ଥିତିକୁ ଆୟତ ପାଇଁ ଆସିଲେ ମାର୍ଶଲ ।

jpc

Photograph: (kanaknews)

କନକ ବ୍ୟୁରୋ : ୱାକଫ୍ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ବୈଠକରେ ହଙ୍ଗାମା । ଏପରିକି ପରିସ୍ଥିତି ସମ୍ଭାଳିବା ପାଇଁ ମାର୍ଶାଲ ଡକାଇବାକୁ ପଡ଼ିଥିଲା । 

ଜେପିସି ବୈଠକ ଗଣ୍ଡଗୋଳ ଘଟଣାରେ ଅସଦ୍ଦୁଦ୍ଦିନ ଓବିସି ଓ କଲ୍ୟାଣ ବାନାର୍ଜୀଙ୍କ ସମେତ ମୋଟ୍ ୧୦ ଜଣ ବିରୋଧୀ ସାଂସଦଙ୍କୁ ଦିନକ ପାଇଁ ଜେପିସିରୁ ସସପେଣ୍ଡ କରାଯାଇଛି । ବିରୋଧୀ ସାଂସଦ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ କଥାକୁ ବୈଠକେ ବାରମ୍ୱାର ଉପେକ୍ଷା କରାଯାଉଛି । ଆଗରୁ ମଧ୍ୟ ବୈଠକରେ ବିବାଦ  ହୋଇଥିଲା । ୱାକଫ୍ ନେଇ ଗଠିତ ଜେପିସି ବୈଠକ ଦୁଇଦିନ ଧରି ଚାଲିବ । ଆସନ୍ତା ୨୭ କିମ୍ୱା ୨୮ ତାରିଖରେ ଜେପିସି ରିପୋର୍ଟ ଦିଆଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe