କନକ ବ୍ୟୁରୋ : ୱାକଫ୍ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ବୈଠକରେ ହଙ୍ଗାମା । ଏପରିକି ପରିସ୍ଥିତି ସମ୍ଭାଳିବା ପାଇଁ ମାର୍ଶାଲ ଡକାଇବାକୁ ପଡ଼ିଥିଲା ।
ଜେପିସି ବୈଠକ ଗଣ୍ଡଗୋଳ ଘଟଣାରେ ଅସଦ୍ଦୁଦ୍ଦିନ ଓବିସି ଓ କଲ୍ୟାଣ ବାନାର୍ଜୀଙ୍କ ସମେତ ମୋଟ୍ ୧୦ ଜଣ ବିରୋଧୀ ସାଂସଦଙ୍କୁ ଦିନକ ପାଇଁ ଜେପିସିରୁ ସସପେଣ୍ଡ କରାଯାଇଛି । ବିରୋଧୀ ସାଂସଦ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ କଥାକୁ ବୈଠକେ ବାରମ୍ୱାର ଉପେକ୍ଷା କରାଯାଉଛି । ଆଗରୁ ମଧ୍ୟ ବୈଠକରେ ବିବାଦ ହୋଇଥିଲା । ୱାକଫ୍ ନେଇ ଗଠିତ ଜେପିସି ବୈଠକ ଦୁଇଦିନ ଧରି ଚାଲିବ । ଆସନ୍ତା ୨୭ କିମ୍ୱା ୨୮ ତାରିଖରେ ଜେପିସି ରିପୋର୍ଟ ଦିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/24/8O4ZaqjAEPVctkdpXRG5.jpg)