୧୦ ମାସର ଝିଅ ହେଲେ ସର୍ବକନିଷ୍ଠ ଅଙ୍ଗ ଦାତା: ୫ ଜଣଙ୍କୁ ଦେଲେ ନୂଆ ଜୀବନ

Advertisment

ଅଙ୍ଗ ଦାନକୁ ଜୀବନ ଦାନ ଭାବରେ ବିବେଚନା କରାଯାଏ । କେରଳର ଜଣେ ୧୦ ମାସର ଝିଅ ରାଜ୍ୟର ସର୍ବକନିଷ୍ଠ ଅଙ୍ଗଦାତା ହୋଇପାରିଛନ୍ତି । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଓ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସମେତ ବିଭିନ୍ନ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଅଙ୍ଗ ଦାନକୁ ଜୀବନ ଦାନ ଭାବରେ ବିବେଚନା କରାଯାଏ । କେରଳର ଜଣେ ୧୦ ମାସର ଝିଅ ରାଜ୍ୟର ସର୍ବକନିଷ୍ଠ ଅଙ୍ଗଦାତା ହୋଇପାରିଛନ୍ତି । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଓ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସମେତ ବିଭିନ୍ନ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

15bbs_9_15022026_111

Photograph: (kanaknews)

କନକବ୍ୟୁରୋ : ଅଙ୍ଗ ଦାନକୁ ଜୀବନ ଦାନ ଭାବରେ ବିବେଚନା କରାଯାଏ । କେରଳର ଜଣେ ୧୦ ମାସର ଝିଅ ରାଜ୍ୟର ସର୍ବକନିଷ୍ଠ ଅଙ୍ଗଦାତା ହୋଇପାରିଛନ୍ତି । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଓ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସମେତ ବିଭିନ୍ନ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପିତାମାତାଙ୍କ ଅଙ୍ଗ ଦାନ ନିଷ୍ପତ୍ତିକୁ ମଧ୍ୟ ପ୍ରଶଂସା କରିଛନ୍ତି । ଲୋକେ ଝିଅଟିର ପିତାମାତାଙ୍କ ଦୟା କାର୍ଯ୍ୟକୁ ଏକ ଉଲ୍ଲେଖନୀୟ ପଦକ୍ଷେପ ଓ ସମଗ୍ର ମାନବତା ପାଇଁ ଏକ ବାର୍ତ୍ତା ବୋଲି କହିଛନ୍ତି ।  ଫେବ୍ରୁଆରି ୫ ତାରିଖରେ କୋଟ୍ଟାୟମର ପଲ୍ଲମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଆଲିନ୍ ଶେରିନ୍ ଆବ୍ରାହମ୍ ଗୁରୁତର ଆହତ ହୋଇଥିଲେ ।  ଫେବ୍ରୁଆରି ୧୩ ତାରିଖରେ କୋଚିର ଏକ ଘରୋଇ ହସ୍ପିଟାଲରେ ଝିଅଟିକୁ ମସ୍ତିଷ୍କ ମୃତ ଘୋଷଣା କରାଯାଇଥିଲା ।

ତାଙ୍କ ପିତାମାତାଙ୍କ ସମ୍ମତିରେ, ଝିଅଙ୍କର ଛଅଟି ଅଙ୍ଗ ଦାନ କରାଯାଇଥିଲା । ଯାହା ତାଙ୍କୁ ରାଜ୍ୟର ସବୁଠାରୁ କନିଷ୍ଠ ଅଙ୍ଗ ଦାତା କରିଥିଲା ବୋଲି ଅଧିକାରୀମାନେ କହିଛନ୍ତି। ତାଙ୍କ ଅଙ୍ଗ ଦ୍ବାରା ୫ ଜଣଙ୍କୁ ନୂଆ ଜୀବନ ମିଳିଛି ।  ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କଲେ ଏକ ସୋସିଆଲ ମିଡିଆ ପୋଷ୍ଟରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର କହିଛନ୍ତି ଯେ, ଅରୁଣ ଆବ୍ରାହମ ଏବଂ ସେରିନ୍ ଏନ. ଜନ୍ ଏକ ଦୁର୍ଘଟଣାରେ ତାଙ୍କ ଝିଅର ଦୁଃଖଦ ମୃତ୍ୟୁ ପରେ ତାଙ୍କ ଛଅଟି ଅଙ୍ଗ ଦାନ କରିବାର ନିଷ୍ପତ୍ତି ଅତି ମହାନ କାର୍ଯ୍ୟ। ଝିଅର ମୃତ୍ୟୁ ନେଇ ମୁଁ ସେ ଗଭୀର ଦୁଃଖିତ। ସେ କହିଛନ୍ତି, ନିଃସ୍ୱାର୍ଥପର ନିଷ୍ପତ୍ତି ସହିତ, ସେମାନେ ଅନ୍ୟମାନଙ୍କୁ ଜୀବନ ଦେଇଛନ୍ତି। ଝିଅ ଆଲିନ୍‌ଙ୍କର ଆତ୍ମାକୁ ଶାନ୍ତି ମିଳୁ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ।

ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି, ସଡ଼କ ଦୁର୍ଘଟଣାରେ ଝିଅଟିର ମୃତ୍ୟୁରେ ସମସ୍ତେ ଗଭୀର ଦୁଃଖିତ। ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ସେ କହିଛନ୍ତି,କଷ୍ଟକର ପରିସ୍ଥିତିରେ, ତାଙ୍କ ପିତାମାତା ଆଲିନ୍‌ଙ୍କର ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। କେରଳର ସବୁଠାରୁ କନିଷ୍ଠ ଅଙ୍ଗ ଦାତା ହୋଇ, କୁନି ଆଲିନ୍ ଆଉ ପାଞ୍ଚ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି। ଏହା ଏକ ମହାନ ଦୟାପୂର୍ଣ୍ଣ କାର୍ଯ୍ୟ ।

ମୁଖ୍ୟମନ୍ତ୍ରୀ ଝିଅର ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି। ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ କର୍ମଚାରୀ, ପୁଲିସ ଅଧିକାରୀ ଓ ସହାୟକ ଦଳଗୁଡ଼ିକୁ ସାଲ୍ୟୁଟ୍ କରିଛନ୍ତି, ଯେଉଁମାନଙ୍କ ତ୍ୱରିତ ସମନ୍ୱୟ ଯୋଗୁ ଅଙ୍ଗ ପ୍ରତିରୋପଣ ସମ୍ଭବ ହୋଇପାରିଛି । ସରକାରୀ ସମ୍ମାନ ସହିତ ଅନ୍ତିମ ସଂସ୍କାର , ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ, ଝିଅଟିର ଅନ୍ତିମ ସଂସ୍କାର ସରକାରୀ ସମ୍ମାନ ସହିତ କରାଯିବ। ସରକାର ଝିଅଟିର ଅନ୍ତିମ ସଂସ୍କାରରେ ରାଜ୍ୟ ସମ୍ମାନ ପ୍ରଦାନ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଝିଅଟିର ଅନ୍ତିମ ସଂସ୍କାର ରବିବାର ସମ୍ପନ୍ନ ହୋଇଛି।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe