ବର୍ଷେ ପରେ ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି : ୧୦ ଜଣିଆ ସଦସ୍ୟଙ୍କୁ ନେଇ ଆଇନ ବିଭାଗର ବିଜ୍ଞପ୍ତି

Advertisment

ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଗତବର୍ଷ ସେପ୍ଟେମ୍ୱରରେ ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହୋଇଥିଲା । ଏହା ପରଠାରୁ ଆଉ ନୂତନ କମିଟି ଗଠନ ହୋଇନଥିଲା ।

ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଗତବର୍ଷ ସେପ୍ଟେମ୍ୱରରେ ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହୋଇଥିଲା । ଏହା ପରଠାରୁ ଆଉ ନୂତନ କମିଟି ଗଠନ ହୋଇନଥିଲା ।

srimandir

srimandir Photograph: (KanakNews)

କନକ ବ୍ୟୁରୋ : ଚିଠି... ଅନେକ ବାଦ ବିବାଦ ଓ ବିଭିନ୍ନ ମହଲରୁ ପ୍ରଶ୍ନ ପରେ, ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଗତବର୍ଷ ସେପ୍ଟେମ୍ୱରରେ ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହୋଇଥିଲା । ଏହା ପରଠାରୁ ଆଉ ନୂତନ କମିଟି ଗଠନ ହୋଇନଥିଲା । ଆଜି ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରିଛି ଆଇନ ବିଭାଗ । ଏଥିରେ ୧୦ ଜଣଙ୍କୁ ସଦସ୍ୟ ରଖାଯାଇଛି। 

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ  

ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର (ମୁକ୍ତିମଣ୍ଡପ ସଦସ୍ୟ)
କୃଷ୍ଣ ଚନ୍ଦ୍ର ସାମନ୍ତରାୟ
ମଧୁସୂଦନ ଷଡ଼ଙ୍ଗୀ
ଜଗନ୍ନାଥ ପୂଜାପଣ୍ଡା
ରାମନାରାୟଣ ଗୋଛିକାର
ରଘୁବୀର ଦାସ ମହାରାଜ (ବଳରାମକୋଟ ମଠ)
ଗିରିଶ ଚନ୍ଦ୍ର ମୁର୍ମୁ (ପୂର୍ବତନ ସିଏଜି)
ଏକେ ସାବତ (ଚାଟାର୍ଡ ଆକାଉଣ୍ଟାଣ୍ଟ)
ମହେଶ କୁମାର ସାହୁ

ବିନା ପରିଚାଳନା କମିଟିରେ ଏଥର ରଥଯାତ୍ରା ହୋଇଥିଲା । ଶୃଙ୍ଖଳା ପାଇଁ ସରକାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ମନ୍ତ୍ରୀସ୍ତରୀୟ କମିଟି ଗଢ଼ିଥିଲେ । ହେଲେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳଚକଟା ଯୋଗୁଁ ସରକାରଙ୍କୁ ଅପବାଦ ମୁଣ୍ଡାଇବାକୁ ପଡ଼ିଲା । ତେଣୁ ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ କରିବା ସହ ନବଗଠିତ ପରିଚାଳନା କମିଟି ଆଗରେ ଏକାଧିକ ଆହ୍ୱାନ ରହିଛି । 

ନୂଆ ପରିଚାଳନା କମିଟି ଆଗରେ ଆହ୍ୱାନ  

ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି ମଣତି
ଶ୍ରୀମନ୍ଦିର ସୁରକ୍ଷାକୁ ସୁନିଶ୍ଚିତ କରିବା
ଅବଢ଼ା ଦର ସ୍ଥିର କରି ରେଟ୍‌ଚାଟ୍‌ ଲଗାଇବା
ଜବରଦଖଲ ଜମି ଶ୍ରୀମନ୍ଦିର ଖାତାକୁ ଫେରାଇ ଆଣିବା
ଇସ୍କନ ସହ ଅଦିନିଆ ରଥଯାତ୍ରା ବିବାଦ ତୁଟାଇବା

ସବୁଠାରୁ ବଡ଼କଥା ହେଉଛି ଶ୍ରୀମନ୍ଦିର ନୀତିକାନ୍ତିରେ ହେଉଥିବା ଅବ୍ୟବସ୍ଥା ଦୂର ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ସୁନିଶ୍ଚିତ କରିବା ପରିଚାଳନା କମିଟିର ପ୍ରାଥମିକତା ହେବ । ବିଳମ୍ୱରେ ହେଲେ ବି ସରକାର ଶ୍ରୀମନ୍ଦିର ପରିଚାଳନା କମିଟି ଚୂଡ଼ାନ୍ତ କରିଥିବାରୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଆଗକୁ ଶ୍ରୀଜିଉଙ୍କ ସେବାପୂଜା ଓ ଦର୍ଶନ ସୁଗମ ହେବ ବୋଲି ଭକ୍ତମାନେ ଆଶା କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe