ପ୍ରତିଶୋଧ ନେଲା ସେନା । ଏନକାଉଣ୍ଟରରେ ଆଉ ୧୦ ମାଓବାଦୀ ନିପାତ ।

Advertisment

ବିଜାପୁର ଶହୀଦଙ୍କ ପ୍ରତିଶୋଧ ନେଲା ସେନା ଛତିଶଗଡ଼ ଓଡ଼ିଶା ସୀମାରେ ବଡ଼ ଏନକାଉଣ୍ଟରରେ ଆଉ ୧୦ ମାଓବାଦୀ ନିପାତ । ଏସଓଜି, କୋବ୍ରା ଓ ସିଆରପିଏଫର ମିଳିତ ଅପରେସନ ବେଳେ ଏହି ବଡ଼ ସଫଳତା ହାସଲ କରିଛନ୍ତି ସୁରକ୍ଷାକର୍ମୀ । 

ବିଜାପୁର ଶହୀଦଙ୍କ ପ୍ରତିଶୋଧ ନେଲା ସେନା ଛତିଶଗଡ଼ ଓଡ଼ିଶା ସୀମାରେ ବଡ଼ ଏନକାଉଣ୍ଟରରେ ଆଉ ୧୦ ମାଓବାଦୀ ନିପାତ । ଏସଓଜି, କୋବ୍ରା ଓ ସିଆରପିଏଫର ମିଳିତ ଅପରେସନ ବେଳେ ଏହି ବଡ଼ ସଫଳତା ହାସଲ କରିଛନ୍ତି ସୁରକ୍ଷାକର୍ମୀ । 

22--Maoists

କନକ ବ୍ୟୁରୋ: ଛତିଶଗଡ଼ ଗରିଆବନ୍ଦରେ ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ଆଜି ବଡ଼ ସଫଳତା ହାସଲ କରଛନ୍ତି ସୁରକ୍ଷା କର୍ମୀ । ଜାନୁଆରୀ ୨୧ ତାରିଖରେ ହୋଇଥିବା ଏହି ଏନ୍‌କାଉଣ୍ଟର୍‌ରେ  ୧୦ରୁ ଅଧିକ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି ।

ଗତକାଲି ମଧ୍ୟ ଏକ ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲ ନିପାତ ହୋଇଥିଲେ । ଆଜି ପୁଣି ସକାଳେ ଆଉ  ୧୦ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ଗରିଆବନ୍ଦ ଡିଆରଜି ଓଡ଼ିଶାର ଏସଓଜି ଏବଂ କୋବ୍ରାର ୨୦୭ ବାଟାଲିୟନ ଏବଂ ସିଆରପିଏଫ ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ହାସଲ କରିଛନ୍ତି ସୁରକ୍ଷାକର୍ମୀ । 
ଗରିଆବନ୍ଦ ଏସପି ନିଖିଲ ରାଖେଚା, ଓଡ଼ିଶାର ନୂଆପଡ଼ା ଏସପି ରାଘବେନ୍ଦ୍ର ଗୁଣ୍ଡାଲା, ଓଡ଼ିଶାର ଡିଆଇଜି ନକ୍ସଲ ଅପରେସନ୍ସ ଅଖିଳେଶ୍ୱର ସିଂହ ଏବଂ କୋବ୍ରା କମାଣ୍ଡାଣ୍ଟ ଡିଏସ କଥୈତ ଏହି ଅଞ୍ଚଳ ଉପରେ ଏବେ କଡ଼ା ନଜର ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe