କନକ ବ୍ୟୁରୋ: ଛତିଶଗଡ଼ ଗରିଆବନ୍ଦରେ ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ଆଜି ବଡ଼ ସଫଳତା ହାସଲ କରଛନ୍ତି ସୁରକ୍ଷା କର୍ମୀ । ଜାନୁଆରୀ ୨୧ ତାରିଖରେ ହୋଇଥିବା ଏହି ଏନ୍କାଉଣ୍ଟର୍ରେ ୧୦ରୁ ଅଧିକ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି ।
ଗତକାଲି ମଧ୍ୟ ଏକ ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲ ନିପାତ ହୋଇଥିଲେ । ଆଜି ପୁଣି ସକାଳେ ଆଉ ୧୦ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ଗରିଆବନ୍ଦ ଡିଆରଜି ଓଡ଼ିଶାର ଏସଓଜି ଏବଂ କୋବ୍ରାର ୨୦୭ ବାଟାଲିୟନ ଏବଂ ସିଆରପିଏଫ ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ହାସଲ କରିଛନ୍ତି ସୁରକ୍ଷାକର୍ମୀ ।
ଗରିଆବନ୍ଦ ଏସପି ନିଖିଲ ରାଖେଚା, ଓଡ଼ିଶାର ନୂଆପଡ଼ା ଏସପି ରାଘବେନ୍ଦ୍ର ଗୁଣ୍ଡାଲା, ଓଡ଼ିଶାର ଡିଆଇଜି ନକ୍ସଲ ଅପରେସନ୍ସ ଅଖିଳେଶ୍ୱର ସିଂହ ଏବଂ କୋବ୍ରା କମାଣ୍ଡାଣ୍ଟ ଡିଏସ କଥୈତ ଏହି ଅଞ୍ଚଳ ଉପରେ ଏବେ କଡ଼ା ନଜର ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/01/21/LqWf2mOJm0yjRocPneqi.jpg)