କନକ ବ୍ୟୁରୋ: ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର, ୧୦ ନକ୍ସଲ ନିପାତ । ନିହତ ନକ୍ସଲଙ୍କ ମଧ୍ୟରେ ୧ କୋଟି ଟଙ୍କା ପୁରସ୍କାର ଥିବା ମନୋଜ ଓରଫ ବାଲାକ୍ରିଷ୍ଣା ଅଛି । ଛତିଶଗଡ଼ର ଗାରିଆବନ୍ଧରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।
ଏଥିରେ ମନୋଜ ଓରଫ ବାଲାକ୍ରିଷ୍ଣା ସମେତ ୧୦ ନକ୍ସଲ ନହତ ହୋଇଛନ୍ତି । ଏହାକୁ ସୁରକ୍ଷା ବାହିନୀର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି । ଶୋଭା ଥାନା ଏବଂ ମୈନପୁର ଥାନା ଅଞ୍ଚଳର ଜଙ୍ଗଲରେ ସୁରକ୍ଷା ବାହିନୀ ଏହି ଅପରେସନ୍ କରିଛନ୍ତି । ଏନକାଉଣ୍ଟର ଏବେ ବି ଜାରି ରହିଛି । ନହତ ବାଲାକ୍ରିଷ୍ଣା ତେଲେଙ୍ଗାନାର ୱାରଙ୍ଗାଲ ଜିଲ୍ଲାର ବାସିନ୍ଦା ଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/11/maobadi-2025-09-11-20-03-20.jpg)