ନିପାତ ହେଲେ ୧୦ ମାଓବାଦୀ ; ମାଲକାନଗିରି ସାବେରୀ ନଦୀ ପାରି ସମୟରେ ଗୁଳି ମାଡ କଲେ ଯବାନ

Advertisment

ଛତିଶଗଡ଼ କୋଣ୍ଟା, ଭେଜ୍ଜି ଅଞ୍ଚଳରେ ମାଓ ଅପରେସନ୍‌ । ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟରେ ୧୦ ମାଓବାଦୀ ନିପାତ । ଗତକାଲି ମାଲକାନଗିରି ସାବେରୀ ନଦୀ ପାର ହୋଇ ଅନୁପ୍ରବେଶ ପାଇଁ କରିଥିଲେ ଉଦ୍ୟମ ।

ଛତିଶଗଡ଼ କୋଣ୍ଟା, ଭେଜ୍ଜି ଅଞ୍ଚଳରେ ମାଓ ଅପରେସନ୍‌ । ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟରେ ୧୦ ମାଓବାଦୀ ନିପାତ । ଗତକାଲି ମାଲକାନଗିରି ସାବେରୀ ନଦୀ ପାର ହୋଇ ଅନୁପ୍ରବେଶ ପାଇଁ କରିଥିଲେ ଉଦ୍ୟମ ।

24c

କନକ ବ୍ୟୁରୋ: ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ । ୧୦ ମାଓବାଦୀ ନିପାତ ସୂଚନା । କୋଣ୍ଟା, ଭେଜ୍ଜି ଅଞ୍ଚଳରେ ମାଓ ଅପରେସନ୍‌ବେଳେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଥିବା ସୂଚନା ମିଳିଛି । ଘଟଣା ସ୍ଥଳରୁ ୩ଟି ଅଟୋମେଟିକ୍ ବନ୍ଧୁକ ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସୂଚନା ମିଳିଛି । 

ଡିଆରଜି ଟିମ୍ ପକ୍ଷରୁ ଚଢଉ କରି ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଓଡ଼ିଶାକୁ ଅନୁପ୍ରବେଶ କରୁଥିବା ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଏହି ମାଓବାଦୀମାନେ ଗତକାଲି ଦିନ ତଳେ ମାଲକାନଗିରି ସାବେରି ନଦୀ ପାର ହୋଇ ଓଡ଼ିଶାକୁ ଅନୁପ୍ରବେଶ ଉଦ୍ୟମ କରିଥିଲେ । ହେଲେ ଖବର ପାଇ କୁମ୍ବିଂ ଅପରେସନ୍ କରିଥିଲେ ଯବାନ । ସେଥିରେ ଜଣେ ମାଓବାଦୀ ନିପାତ ହୋଇଥିଲେ । ଏଥିରେ ୧୦ ମାଓବାଦୀ ନିପାତ ହୋଇଥିବା ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe