କନକ ବ୍ୟୁରୋ: ଛତିଶଗଡ଼ ଗରିଆବନ୍ଧରେ ଯବାନଙ୍କ ଗୁଳିରେ୧୦ ମାଓବାଦୀଙ୍କ ମୃତ୍ୟ ଘଟଣାରେ ୪ ଜଣଙ୍କ ମୃତଦେହ ନେଇଗଲେ ପରିବାର ଲୋକ । ତେଲେଙ୍ଗାନାର ୨ ଜଣ ଓ ଛତିଶଗଡ଼ର ୨ ଜଣଙ୍କ ମୃତଦେହ ନେଇଛନ୍ତି ପରିବାର ସଦସ୍ୟ । ଅନ୍ୟ ୬ ଜଣଙ୍କ କେହି ଦାବିଦାର ଆସିନାହାନ୍ତି । ମୃତଦେହ ନେବା ପାଇଁ ଦାବିଦାର ଆସିଲେ ସେମାନଙ୍କ ପରିଚୟପତ୍ର ଦେଖି ମୃତଦେହ ହସ୍ତାନ୍ତର କରାଯିବ। ଗତ ୧୧ ତାରିଖରେ ଛତିଶଗଡ଼ ଗରିଆବନ୍ଧରେ ଯବାନଙ୍କ ଗୁଳିରେ ୧୦ ମାଓବାଦୀ ନିପାତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଟପ୍ ମାଓ ନେତା ମୋଡେମ୍ ବାଲକ୍ରିଷ୍ଣା ନିହତ ହୋଇଥିଲା । ସେପଟେ ୧୦ ମାଓବାଦୀଙ୍କୁ ନିପାତ ପରେ ଯବାନମାନେ ଉତ୍ସବ ପାଳନ କରିଛନ୍ତି । ଅସ୍ତ୍ରଶସ୍ତ୍ର ସହ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି ।