ROAD-PROBLEM Photograph: (kanak news)
କନକ ବ୍ୟୁରୋ: ରାସ୍ତା ନା ରୋଷେଇ ଘର, ହାତ ମାରିଦେଲେ ପିଠା ଭଳି ଉଠି ଯାଉଛି ପିଚୁ । ଗୋଟିଏ ସ୍ଥାନରେ ନୁହେଁ ଯେଉଁଠି ହାତ ମାରିବେ ସେଠାରେ ଉଠି ଯାଉଛି ନବ ନିର୍ମିତ ପିଚୁ ରାସ୍ତା । ଏଭଳି ମନଇଛା କାମ କରି ଲୋକଙ୍କ ଆଖିରେ ଧୂଳି ଦେଇ ଚାଲିଛି ଖୁଲମଖୁଲା ଦୁର୍ନୀତି । ଯାହାକୁ ନେଇ ତାତିଛନ୍ତି ସ୍ଥାନୀୟ ଲୋକେ । ଆମେ କହୁଛୁ ମୟୂରରଭଞ୍ଜ ଖୁଣ୍ଟା ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ୯ କିଲୋମିଟର ରାସ୍ତାର କଥା । ବିଭାଗ ପକ୍ଷରୁ ଚାପଲଡ଼ିହି ଠାରୁ ସୁବର୍ଣ୍ଣମଞ୍ଜରୀ ପର୍ଯ୍ୟନ୍ତ ୯ କିଲୋମିଟର ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ତିଆରି ହୋଇଛି । ହେଲେ ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ନିର୍ମାଣର ମାତ୍ର ୧୦ ଦିନ ପରେ ରାସ୍ତାର ଦୟନୀୟ ଅବସ୍ଥା ଏମିତି ଯେ ଆପଣ ଦେଖି କରି ଜାଣି ପାରୁଥିବେ । କେଇ କିଲୋମିଟର ରାସ୍ତା କାମ ସରିବା ପରେ ଗୋଟେ ଗାଡ଼ି ଯିବା ସମୟରେ ଫଡ଼ା ଫଡ଼ା ହୋଇ ଉଠିଥିଲା ପିଚୁ । ଯାହାକୁ ଦେଖି ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା ଏବଂ ସେମାନେ ରାସ୍ତାରେ ହାତ ମାରିବାରୁ ପିଠା ଭଳି ପିଚୁ ଉଠିଯାଇଥିଲା । ଠିକାଦାର ତାଙ୍କୁ ଠକି ଦେଇଥିବା ଜାଣି ତାତିଛନ୍ତି ଲୋକେ ।
ବଡ଼ କଥା ହେଉଛି ଏହି ରାସ୍ତା ନିର୍ମାଣ ପାଇଁ ୧୦ କୋଟି ଟଙ୍କା ବିଲ୍ ହୋଇଛି । ହେଲେ ନିମ୍ନମାନର କାମ କରି ଠିକାଦାର ଖସି ଯାଇଛି । ସେପଟେ ରାସ୍ତା କାମର ଫଳକ ତ ମାରିବା ଦୂର କଥା ମନଇଚ୍ଛା ଅଳ୍ପ ମୋଟେଇର ପିଚୁ ପକାଇ ରାସ୍ତା କାମ କରାଯାଇଥିବା କହିଛନ୍ତି ଗ୍ରାମବାସୀ । ଦୀର୍ଘ ବର୍ଷ ହେବ ଗ୍ରାମବାସୀ ଦାବି କରିବା ପରେ ରାସ୍ତାଟିଏ ହେଲା, କିନ୍ତୁ ଏବେ ଲୋକେ ସେ ରାସ୍ତା ଯୋଗୁଁ ହିନସ୍ତା ହେଉଛନ୍ତି ।
ଅଧିକ ପଢନ୍ତୁ... ପୁଣି କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ର ଆତ୍ମହତ୍ୟା ଅଭିଯୋଗ : ହଷ୍ଟେଲ ଭିତରୁ ମିଳିଲା ଝୁଲନ୍ତା ମୃତଦେହ
ଏପଟେ ଖୋଲାଖୋଲି ଭାବେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିବା ବାବଦରେ ଖୁଣ୍ଟା ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡିଓଙ୍କୁ ପଚାରିବାରୁ ସେ ସଫେଇ ରଖିଛନ୍ତି । ଯଦି ଗ୍ରାମାଞ୍ଚଳର ଉନ୍ନୟନ କାମ ନାଁରେ ଏମିତି ଖୋଲାଖୋଲି ହରିଲୁଟ୍ ହେଉଛି । ତା’ ହେଲେ ସରକାରଙ୍କ ଶାସନକୁ ବୋଧେ ଭୟ କରୁନାହାନ୍ତି ଠିକାଦାର ଓ ଅଧିକାରୀମାନେ । ଏଭଳି ଦୁର୍ନୀତି ବାବଦରେ ତଦନ୍ତ ହେବା ସହିତ ଜନତାଙ୍କୁ ଠକି ନିଜ ପକେଟ ଗରମ କରୁଥିବା ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ।
Follow Us