କନକ ବ୍ୟୁରୋ: ଓଡ଼ିଶା ହେବ ଶିଳ୍ପ ହବ୍ । ୪୦ତମ ହାଇଲେଭଲ କ୍ଲିଏରାନ୍ସ ଅଥରିଟି ମିଟିଂରେ ୧୦ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୭ ଜିଲ୍ଲାରେ ହେବ ୧୦ଟି ବଡ଼ ପ୍ରକଳ୍ପ ହେବ । ପ୍ରକଳ୍ପରେ ଖର୍ଚ୍ଚ ହେବ ୧ କୋଟି ୬୫ ଲକ୍ଷ ୩୦୩ କୋଟି ଟଙ୍କା । ନିଯୁକ୍ତି ପାଇବେ ୫୧ ହଜାର ୯୪୯ ଜଣ ବୋଲି ସୂଚନା ମିଳିଛି । ରାୟଗଡ଼ାରେ ୨ଟି, କେନ୍ଦୁଝରରେ ୨ଟି, ଗଞ୍ଜାମରେ ୨ଟି, ଭଦ୍ରକ, ମୟୂରଭଞ୍ଜ, କଟକ ଏବଂ ଖୋର୍ଦ୍ଧାରେ ଗୋଟିଏ ଲେଖାଏଁ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।
ରାୟଗଡ଼ାରେ ବେଦାନ୍ତ ୨ଟି ପ୍ରକଳ୍ପ ପ୍ରତିଷ୍ଠା କରିବ । ୯୦ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ ୧୫ ହଜାର ୯୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ ଜେଏସ୍ଡବ୍ଲ୍ୟୁ । ବିନିଯୋଗ ହେବ ୩୫ ହଜାର କୋଟି ଏବଂ ୮୦୦୦ ଯୁବକଙ୍କୁ ମିଳିବ ନିଯୁକ୍ତି । ସେହିପରି କେନ୍ଦୁଝର ଓ ଭଦ୍ରକରେ ମଧ୍ୟ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/27/LZFYCq4zZzWADAf2za1x.jpg)