କନକବ୍ୟୁରୋ : ରାଜଧାନୀରେ ରହୁଥିଲେ ବାଂଲାଦେଶୀ ଅନୁପ୍ରବେଶକାରୀ, ମାଡ଼ିବସିଲା ଏସଟିଏଫ । ଭୁବନେଶ୍ବର ରେଳଷ୍ଟେସନରୁ ୧୦ ବାଂଲାଦେଶି ଗିରଫ। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF । ବିନା କୌଣସି ପାସପୋର୍ଟ ଓ ଭିସାରେ ଏମାନେ ଭାରତରେ ପ୍ରବେଶ କରିବା ସହ ଭୁବନେଶ୍ବର ରେଳ ଷ୍ଟେସନରେ ରହୁଥିଲେ। ଗିରଫ ବାଂଲାଦେଶୀ ଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଓ ଜଣେ ନାବାଳକ ରହିଛି ।
ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୭ ଟି ମୋବାଇଲ, ବଙ୍ଗଳାଦେଶ ଟଙ୍କା ସହ ଅନେକ୍ ସମାଗ୍ରୀ ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତ ଆସାମ ଡୁବୁରି ଦେଇ ଭାରତକୁ ପ୍ରବେଶ କରିଥିବା ସୂଚନା । ମାର୍ଚ୍ଚ ୬ ତାରିଖରେ ଦିବ୍ରୁଗଡ଼- ଚେନ୍ନାଇ ଏକ୍ସପ୍ରେସରେ ବେଙ୍ଗାଳୁରୁ ଯାଉଥିବା ବେଳେ ଧରିଲା ଏସଟିଏଫ । ଏମାନେ ବିନା ଭିସା ଓ ପାସପୋର୍ଟରେ ଭାରତରେ ପ୍ରବେଶ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/10/dxwy5nKnrkXYs0wG4hm8.jpg)