ପୋଡି ପାଉଁଶ ହେଲା ୧୦ ଏକର ଜମିର ଧାନ ; ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

ଜଳିଗଲା ଧାନଗଦା, ବରଗଡ଼ ପଦ୍ମପୁରରେ ଅଘଟଣ  । ଅମଳ ହୋଇ ଥିବା ୧୦ ଏକର ଧାନ ଫସଲ ପୋଡ଼ି ପାଉଁଶ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ  । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ  ।

2588

କନକ ବ୍ୟୁରୋ:  ଜଳିଗଲା ଏକର ଏକର ଚାଷ ଜମିର ଧାନ ଗଦା । ନିଆଁରେ ପୋଡ଼ି ପାଉଶଁ ହେଇଗଲା ୧୦ ଏକର ଜମିର ଧାନ ଫସଲ । ବରଗଡ଼ ଜିଲ୍ଲାରୁ ଆସିଛି ଅଭାବନୀୟ ଖବର  । ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବିରଜାମ୍ ଗାଁର ଚାଷୀ ନିର ମେହେରଙ୍କ ବର୍ଷକ ଯାକର କଷ୍ଟ ନିଆଁରେ ପୋଡ଼ି ପାଉଁଶ ହୋଇ ଯାଇଛି । 

୧୦ ଏକର ଜମିରେ ଧାନ ଚାଷ କରିଥିଲେ ନିର ମେହେର । ଆଉ ଅମଳ କରିବା ପରେ ଖଳାରେ ରଖିଥିଲେ । ହେଲେ ଗତକାଲି ବିଳମ୍ବିତ ରାତିରେ ଧାନ ଗଦାରେ ନିଆଁ ଲାଗି ସବୁ ପାଉଁଶ ହୋଇ ଯାଇଛି । କେମିତି ଓ କାହିଁକି ନିଆଁ ଲାଗିଲା ତାହା ଜଣା ପଡି ନାହିଁ । ଧାର କରଜ କରି ବହୁ ପରିଶ୍ରମରେ ଚାଷ କରିଥିଲେ, ହେଲେ ଘରକୁ ପହଞ୍ଚିବା ଆଗରୁ ନିଆଁରେ ପୋଡ଼ି ପାଉଁଶ କରିଦେଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ହେଲେ ତାହା ସମ୍ଭବ ହୋଇନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe