କନକ ବ୍ୟୁରୋ: ଜଳିଗଲା ଏକର ଏକର ଚାଷ ଜମିର ଧାନ ଗଦା । ନିଆଁରେ ପୋଡ଼ି ପାଉଶଁ ହେଇଗଲା ୧୦ ଏକର ଜମିର ଧାନ ଫସଲ । ବରଗଡ଼ ଜିଲ୍ଲାରୁ ଆସିଛି ଅଭାବନୀୟ ଖବର । ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବିରଜାମ୍ ଗାଁର ଚାଷୀ ନିର ମେହେରଙ୍କ ବର୍ଷକ ଯାକର କଷ୍ଟ ନିଆଁରେ ପୋଡ଼ି ପାଉଁଶ ହୋଇ ଯାଇଛି ।
୧୦ ଏକର ଜମିରେ ଧାନ ଚାଷ କରିଥିଲେ ନିର ମେହେର । ଆଉ ଅମଳ କରିବା ପରେ ଖଳାରେ ରଖିଥିଲେ । ହେଲେ ଗତକାଲି ବିଳମ୍ବିତ ରାତିରେ ଧାନ ଗଦାରେ ନିଆଁ ଲାଗି ସବୁ ପାଉଁଶ ହୋଇ ଯାଇଛି । କେମିତି ଓ କାହିଁକି ନିଆଁ ଲାଗିଲା ତାହା ଜଣା ପଡି ନାହିଁ । ଧାର କରଜ କରି ବହୁ ପରିଶ୍ରମରେ ଚାଷ କରିଥିଲେ, ହେଲେ ଘରକୁ ପହଞ୍ଚିବା ଆଗରୁ ନିଆଁରେ ପୋଡ଼ି ପାଉଁଶ କରିଦେଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ହେଲେ ତାହା ସମ୍ଭବ ହୋଇନଥିଲା ।