କନକ ବ୍ୟୁରୋ : ଯୁବପିଢିଠୁ ନେଇ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଥାଏ ନିଜର ରୋଜଗାରର କିଛି ଅଂଶକୁ ଏମିତି ସ୍ଥାନରେ ବିନିଯୋଗ କରିବେ ଯାହାକି ସୁରକ୍ଷିତ ରହିବା ସହ ଭଲ ରିଟର୍ଣ୍ଣ ମଧ୍ୟ ମିଳୁ । ସେଥିପାଇଁ ଲୋକମାନେ ବିଭିନ୍ନ ପ୍ରକାର ସ୍କିମ୍କୁ ଆପଣାଇ ନିଅନ୍ତି । ସେ ଏଲ୍ଆଇସି ହେଉ କିମ୍ବା ଫିକ୍ସ ଡିପୋଜିଟ୍ ।
ଆଜିକାଲି ଲୋକମାନେ ଇନ୍ଭେଷ୍ଟମେଣ୍ଟ୍ କରିବା କଥା ଚିନ୍ତା କରିବା ମାତ୍ରେ ପ୍ରଥମେ ମନକୁ ଆସେ ଫିକ୍ସ ଡିପୋଜିଟ୍ (FD), ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ (SIP) ବା ଷ୍ଟକ୍ର କଥା । କିନ୍ତୁ ଏହା ବ୍ୟତୀତ ଏମିତି ଖୁବ୍ କମ୍ ସ୍କିମ୍ ଅଛି ଯେଉଁଥିରେ ପଇସା ବୁଡ଼ିଯିବାର ଭୟ ନାହିଁ । କାରଣ ନିଜର କଷ୍ଟ ଉପାର୍ଜିତ ଧନକୁ ଏମିତି ଯାଗାରେ ନିବେଶ କରନ୍ତୁ ନାହିଁ ଯାହା କି ଫେରିବ । ସେହିଭଳି ସୁରକ୍ଷିତ ସ୍କିମ୍ ବିଷୟରରେ ଜାଣନ୍ତୁ , ଯେଉଁଠି ଆପଣଙ୍କ ଟଙ୍କା ବୁଡ଼ିଯିବାର ଭୟ ନଥିବ ଏବଂ ଏହା ସହ କେବେ ଆପଣଙ୍କୁ ଗରିବ ହେବାକୁ ଦେବ ନାହିଁ ।
ଆମେ ଯେଉଁ ସ୍କିମ୍ ବିଷୟରେ କହୁଛୁ ତାହା ସିଷ୍ଟମେଟିକ୍ ୱିଡ୍ରାଲ୍ ପ୍ଲାନ୍ (SWP) ନାମରେ ଜଣାଶୁଣା । ଏହା ଏପରି ଏକ ଯୋଜନା ଯେଉଁଥିରେ ଯଦି ଆପଣ ଏକକାଳୀନ ପରିମାଣର ନିବେଶ କରନ୍ତି, ତେବେ ଆପଣଙ୍କ ପାଖରେ କେବେବି ଟଙ୍କାର ଅଭାବ ରହିବ ନାହିଁ । ଏହି ସ୍କିମ୍ରୁ ପ୍ରତି ମାସରେ ନିୟମିତ ଆୟ ଭାବରେ ଟଙ୍କା ଉଠାଇପାରିବେ । ଏହା ସହିତ ପ୍ରଥମେ ଇନ୍ଭେଷ୍ଟମେଣ୍ଟ୍ କରିଥିବା ଆମାଉଣ୍ଟ କେବେ ବି କମିବ ନାହିଁ ବରଂ ଏହା ଉପରେ ମିଳୁଥିବା ରିଟର୍ଣ୍ଣ ଯୋଗୁଁ ବଢ଼ିବ । ଯାହାକୁ ଆପଣ ମ୍ୟାଚୁରିଟି ପୂରିବା ପରେ ଉଠାଇ ପାରିବେ । ଏହି କାରଣରୁ ସିଷ୍ଟମେଟିକ୍ ୱିଡ୍ରାଲ୍ ପ୍ଲାନ୍ ସ୍କିମ୍ (SWP)କୁ ଇନ୍ଭେଷ୍ଟମେଣ୍ଟ୍ (SIP) ଅପେକ୍ଷା ଅଧିକ ଭଲ ବୋଲି ବିବେଚନା କରାଯାଏ ।
କ’ଣ ଏହି ସିଷ୍ଟମେଟିକ୍ ୱିଡ୍ରାଲ୍ ପ୍ଲାନ୍ ?
ଧରାଯାଉ ଆପଣଙ୍କ ପାଖରେ କିଛି ମୋଟା ରକମର ପଇସା ଅଛି , ଯାହାକୁ SIP କିମ୍ବା FD ରେ ନିବେଶ କରିବାକୁ ଚାହୁଛନ୍ତି । କିନ୍ତୁ ଏଥିରେ ଆପଣଙ୍କୁ ନିୟମିତ ଆୟ ମିଳିବ ନାହିଁ । ମ୍ୟାଚୁରିଟି ପୂରିବା ପରେ ହିଁ ସମ୍ପୂର୍ଣ୍ଣ ଟଙ୍କା ମିଳିବ । ଏହାର ଅର୍ଥ ହେଉଛି ଆପଣଙ୍କୁ ଟଙ୍କା ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡିବ ।
ଅନ୍ୟପକ୍ଷରେ ଯଦି ଆପଣ ସିଷ୍ଟମେଟିକ୍ ୱିଡ୍ରାଲ୍ ପ୍ଲାନ୍ (SWP)ରେ ଏକକାଳୀନ ଇନ୍ଭେଷ୍ଟମେଣ୍ଟ କରୁଛନ୍ତି ତ ନିୟମିତ ଭାବରେ ଆୟ ଉଠାଇପାରିବେ । ଏହା ସହିତ, ଯଦି ଆପଣ ଏଥିରେ ଦୀର୍ଘ ସମୟ ପାଇଁ ନିବେଶ କରନ୍ତି , ତେବେ ଆପଣ ଭଲ ରିଟର୍ଣ୍ଣର ଲାଭ ପାଇବା ସହ ଏବଂ ଦୀର୍ଘକାଳୀନ ଭାବରେ କୋଟି କୋଟି ଟଙ୍କା ଉଠାଇ ପାରିବେ ।
ଯଦି ଜଣେ ବ୍ୟକ୍ତି ୨୫ ବର୍ଷ ପାଇଁ ୩୦ ଲକ୍ଷ ଟଙ୍କା ବିନିଯୋଗ କରନ୍ତି ତେବେ ସେ ୧୨ ପ୍ରତିଶତ ସୁଧ ହାରରେ ପ୍ରତି ମାସକୁ ୨୦ ହଜାର ଟଙ୍କା ଆୟ କରିବେ । ଅର୍ଥାତ୍ ୨୫ ବର୍ଷରେ ସେହି ବିନିଯୋଗରୁ ତାଙ୍କୁ ୬୦ ଲକ୍ଷ ମିଳିସାରିଥିବ । ଏହା ଛଡ଼ା ମୂଳ ପଇସା ଯାହା କି ୨୫ ବର୍ଷ ପରେ ବିନଯୋଗକାରିଙ୍କୁ ପାଖାପାଖି ୧ କୋଟି ୭୨ ଲକ୍ଷ ୭୬ ହଜାର ଟଙ୍କା ମିଳିପାରେ ।
ତେବେ ପ୍ରଥମେ ପଶ୍ନ ଆସିବ ଏତେ ବଡ଼ ଆମାଉଣ୍ଟ ଆସିବ କେଉଁଠୁ । ଯଦି ଆପଣ ସରକାରୀ କିମ୍ବା ବେସରକାରୀ କର୍ମଚାରୀ ତେବେ କେଉଁଠି ନା କେଉଁଠି ଇନ୍ଭେଷ୍ଟମେଣ୍ଟ ନିହାତି କରିଥିବେ । ସେଠାରୁ ମିଳିଥିବା ମୋଟା ରକମର ଟଙ୍କାକୁ ସିଷ୍ଟମେଟିକ୍ ୱିଡ୍ରାଲ୍ ପ୍ଲାନ୍ (SWP)ରେ ବିନିଯୋଗ କରି ମାସକୁ ଘରେ ରହି ୨୦ ହଜାର ଟଙ୍କା ଆୟ କରି ପାରିବେ । ଏହା ସହ ୨୫ ବର୍ଷ ପରେ ମୋଟା ରକମର ପଇସା ଉଠାଇ ପାରିବେ ।