କନକ ବ୍ୟୁରୋ : ଖାତାକୁ ଆସିଲା ୧ ଟଙ୍କା । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ବଣ୍ଟନ ପୂର୍ବରୁ ଆଜି ପରୀକ୍ଷାମୂଳକ ଭାବେ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ଆସିଛି ୧ ଟଙ୍କା । ଆସନ୍ତା ୯ ତାରିଖରେ ବଳକା ୪ହଜାର୯୯୯ ଟଙ୍କା ଆକାଉଣ୍ଟକୁ ପଠାଇବେ ରାଜ୍ୟ ସରକାର । ବାରିପଦାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇବେ ଟଙ୍କା । ଏହା ପୂର୍ବରୁ ପରୀକ୍ଷାମୂଳକ ଭାବେ ୧ ଟଙ୍କା ଲେଖାଏଁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି । ଟଙ୍କା ଆସିବା ନେଇ ଆଜି ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସନ୍ଧ୍ୟା ସୁଦ୍ଧା ଯେଉଁମାନେ ଆବେଦନକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ବୋଲି କହିଥିଲେ ଉପ-ମୁଖ୍ୟମନ୍ତ୍ରୀ । ଏହି ପର୍ୟ୍ୟାୟରେ ୪୦ ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ ବୋଲି ମନ୍ତ୍ରୀ କହିଥିଲେ । ଏପର୍ୟ୍ୟନ୍ତ ପାଖାପାଖି ୧ କୋଟି ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିସାରିଲେଣି । ସୁଭଦ୍ରା ଯୋଜନାରେ ପ୍ରଥମ ପର୍ୟ୍ୟାୟରେ ୨୫ଲକ୍ଷ ୧୧ ହଜାର ମହିଳା ଟଙ୍କା ପାଇଥିଲେ । ବଳକା ଆବେଦନକାରୀଙ୍କୁ ଦ୍ବିତୀୟ ପର୍ୟ୍ୟାୟରେ ମିଳିବ ଟଙ୍କା ।
ପୁଣି ଆକାଉଣ୍ଟକୁ ଆସିଲା ଟଙ୍କାଟେ
ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଲା ୧ ଟଙ୍କା
ପରୀକ୍ଷାମୂଳକ ଭାବେ ଆସିଲା ୧ଟଙ୍କା
ଅକ୍ଟୋବର ୯ରେ ୪୦ ଲକ୍ଷ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା
ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟର ମିଳିବ ଟଙ୍କା
୧ ଟଙ୍କା ପାଇଥିବା ହିତାଧିକାରୀ ବଳକା ୪୯୯୯ ଟଙ୍କା ପାଇବେ
ଏବେ ସୁଦ୍ଧା ୧ କୋଟିରୁ ଅଧିକ ମହିଳା କରିଛନ୍ତି ଆବେଦନ
ଦ୍ବିତୀୟ ପର୍ଯ୍ୟାୟ ପାଇଁ ୩୨ ଲକ୍ଷ ଆକାଉଣ୍ଟ ପାଇଁ ଏମପିସିଆଇ କ୍ଲିୟରାନ୍ସ ହୋଇଛି
ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା ଆହୁରି ବଢିବ
ଡିସେମ୍ବର ସୁଦ୍ଧା ସମସ୍ତଙ୍କ ପାଖରେ ସୁଭଦ୍ରା ପହଞ୍ଚିଥିବ
ଆବେଦନକାରୀଙ୍କ ଫର୍ମରେ ତ୍ରୁଟି ଥିଲେ ତାହାର ଯାଞ୍ଚ କରାଯିବ
ବ୍ୟାଙ୍କ ମିତ୍ରଙ୍କ ଜରିଆରେ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ
ଯେଉଁମାନଙ୍କ ବ୍ୟାଙ୍କ ଖାତା ଠିକ୍ ଥିବ
ଆଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ ସହ ମୋବାଇଲ ଲିଙ୍କ ହୋଇଥିବ
ସେପ୍ଟେମ୍ବର ୧୭ରେ ମିଳିଥିଲା ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା
ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କୁ ମିଳିଥିଲା ଟଙ୍କା