ଓଡ଼ିଶାରେ ହେବ ବଡ ପୁଞ୍ଜିନିବେଶ : ୯୬ ହଜାର ଯୁବକ ଯୁବତୀ ପାଇବେ ନିଯୁକ୍ତି

Advertisment

ଓଡ଼ିଶାରେ ହେବ ବଡ ପୁଞ୍ଜିନିବେଶ । ଦିଲ୍ଲୀରେ ୧୩ଟି ଶିଳ୍ପ ସଂସ୍ଥା ସହ ଏମଓୟୁ ସ୍ବାକ୍ଷର କଲେ ରାଜ୍ୟ ସରକାର । ୧ଲକ୍ଷ ୩ ହଜାର ୯୦ କୋଟି ପାଇଁ ବୁଝାମଣା । ସୃଷ୍ଟି ହେବ ୯୬ ହଜାର ନିଯୁକ୍ତି ସୁଯୋଗ । 

ଓଡ଼ିଶାରେ ହେବ ବଡ ପୁଞ୍ଜିନିବେଶ । ଦିଲ୍ଲୀରେ ୧୩ଟି ଶିଳ୍ପ ସଂସ୍ଥା ସହ ଏମଓୟୁ ସ୍ବାକ୍ଷର କଲେ ରାଜ୍ୟ ସରକାର । ୧ଲକ୍ଷ ୩ ହଜାର ୯୦ କୋଟି ପାଇଁ ବୁଝାମଣା । ସୃଷ୍ଟି ହେବ ୯୬ ହଜାର ନିଯୁକ୍ତି ସୁଯୋଗ । 

Investment MOu

Investment MOu Photograph: (KanakNews)

କନକ ବ୍ୟୁରୋ: ଓଡ଼ିଶାରେ ହେବ ବଡ଼ ପୁଞ୍ଜିନିବେଶ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତକାଳରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ବିଭିନ୍ନ ଶିଳ୍ପସଂସ୍ଥା ସହ ଓଡ଼ିଶା ସରକାରଙ୍କର ୧୩ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।  ବୁଝାମଣା ଅନୁସାରେ , ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଭିନ୍ନ ଶିଳ୍ପସଂସ୍ଥା  ୧ ଲକ୍ଷ ୩ ହଜାର ୯୦ କୋଟି ଟଙ୍କା ବିନିଯୋଗ କରିବେ ।  ଏସବୁ ପ୍ରକଳ୍ପରେ  ୯୫ ହଜାର ୯୧୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । 

ବିଭିନ୍ନ ସଂସ୍ଥା ମଧ୍ୟରୁ ଓଡ଼ିଶା ସରକାର ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ- ଆଇଓସିଏଲ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାରେ ଆଇଓସିଏଲ ୫୮ ହଜାର ୪୨ କୋଟି ଟଙ୍କାରେ  ଡୁଆଲ ଫିଡ୍ ନାପଥା କ୍ରାକର ପ୍ରକଳ୍ପ ସ୍ଥାପନ କରିବ ।  ଏଥିରେ ୨୪ ହଜାର ଲୋକ ନିଯୁକ୍ତି ପାଇବେ । ମୋଟ୍ ୧୩ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିବା ବେଳେ ଓଡ଼ିଶା ଶିଳ୍ପକ୍ଷେତ୍ରରେ ବେଶ୍ ଆଗକୁ ଯିବାର ପଥ ପରିଷ୍କାର ହୋଇଛି । ବିଭିନ୍ନ ଶିଳ୍ପସଂସ୍ଥା କର୍ମକର୍ତ୍ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନା କରିଥିଲେ । ଓଡ଼ିଶା ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ଶିଳ୍ପମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe