କନକ ବ୍ୟୁରୋ: ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଗତକାଲିଠାରୁ ସୁଭଦ୍ରା ଯୋଜନା ଲାଗି ଆବେଦନ କରାଯାଉଛି । ଆଜି ଗୋପ ବ୍ଲକ କାର୍ଯ୍ୟାଳୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଅଧିକାଂଶ ବ୍ୟକ୍ତି ଆଧାର ସହ ମୋବାଇଲ ନମ୍ବର ସଂଯୋଗ କରିବାକୁ ବ୍ଲକ କାର୍ୟ୍ୟାଳୟରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଆଧାର ସଂଶୋଧନ ଲାଗି କେତେକ ଅସୁସ୍ଥ ଓ ଭିନ୍ନକ୍ଷମ ମହିଳା ମଧ୍ୟ ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଅଧିକ ଭିଡ଼ ହେଉଥିବାରୁ ଏଥିପାଇଁ ସ୍ୱତନ୍ତ୍ର ଶିବିର କରିବାକୁ ଲୋକେ ଦାବି କରିଛନ୍ତି ।
ଆବେଦନ ଆଗରୁ ଆଧାର ସଂଶୋଧନ ଜରୁରୀ । ବ୍ଲକ କାର୍ଯ୍ୟାଳୟରେ ମହିଳାଙ୍କ ପ୍ରବଳ ଭିଡ଼ ।
ଆଧାର ସହ ମୋବାଇଲ ନମ୍ୱର ସଂଯୋଗ ନହେଲେ ମିଳିବନି ସୁଭଦ୍ରା ଟଙ୍କା । ଯୋଜାନର ସୁଫଳ ପାଇଁ ଆବେଦନ ଆଗରୁ ଆଧାର ସଂଶୋଧନ ଜରୁରୀ । ଗୋପ ବ୍ଲକ କାର୍ୟ୍ୟାଳୟରେ ମହିଳାଙ୍କ ପ୍ରବଳ ଭିଡ଼ ।