କନକବ୍ୟୁରୋ: ଦିନକୁ ଦିନ ସମାଜରେ ଘଟୁଥିବା ଘଟଣା ସମାଜକୁ ଯେତେ ଆଚମ୍ବିତ କରୁଛି ସେତେ ବିଚଳିତ ମଧ୍ୟ କରୁଛି । କେତେବେଳେ ଆମକୁ ଘଟଣା ଆଚମ୍ବିତ କରୁଛି ସେତେ ଏ ଘଟଣା ନିଜକୁ ଦେଖିବା ପରେ ଆମେ କେଉଁଆଡକୁ ଗତି କରୁଛେ ତାହା ପ୍ରଶ୍ନ ମଧ୍ୟ ସୃଷ୍ଟି କରୁଛି । କେତେବେଳେ ବୋହୁ ଘଟଣା ତ ଆଉ କେତେବେଳେ ଶାଶୁକୁ ଅତ୍ୟାଚାର ବଢିଚାଲିଛି । ଏଭଳି ଏକ ବିଭତ୍ସ ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ କାମାକ୍ଷାନଗର ଗୋପାଳପୁର ପାଟଣା ସାହିରେ ।
ବୋହୁର ଏଭଳି ଏକ ଅମାନୁଷିକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି । ଘଟଣାରେ ବୋହୁ ଶାଶୁ ଶଶୁର ଉପରକୁ ଗରମ ପାଣି ପକାଇବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଗୁରୁତର ଅବସ୍ଥାରେ ଶାଶୁ ଶଶୁର ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗରମ ପାଣି ପକାଇବାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏ ନେଇ ଭୁବନ ଥାନାରେ ଏତଲା ଦିଆଯାଇଛି । ଏ ନେଇ ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/x5jUYpGDwtqYZrj99XuT.jpg)