କନକବ୍ୟୁରୋ: ଭରତପୁର ଥାନା ଘଟଣାରେ, ତଦନ୍ତ କମିଶନ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ଗଣମାଧ୍ୟମରେ ପ୍ରକାଶ ପାଇଲା ବିଜ୍ଞପ୍ତି। ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଟି ତଦନ୍ତ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡ଼ିତ ଥିବା ସମସ୍ତଙ୍କ ତରଫରୁ ସତ୍ୟପାଠ ଦାଖଲ ପାଇଁ ଆସିଲା ବିଧିବଦ୍ଧ ବିଜ୍ଞପ୍ତି ।
ମେଜର ଓ ତାଙ୍କ ବାନ୍ଧବୀ ସମେତ ଭରତପୁର ଥାନାର ନିଲମ୍ବିତ ଥାନା ଅଧିକାରୀ ଓ ନିଲମ୍ୱିତ ଅନ୍ୟ ପୋଲିସ ଅଧିକାରୀଙ୍କ ସତ୍ୟପାଠ ଦାଖଲ ପାଇଁ ଜାରି ହୋଇଛି ବିଜ୍ଞପ୍ତି । ଏଥିସହ ସାଧାରଣ ଲୋକ,ବୁଦ୍ଧିଜୀବୀ ମାନେ ଚାହିଁଲେ ବି ଏ ଘଟଣା ନିଜ ନିଜ ସତ୍ୟପାଠ ଦାଖଲ କରିପାରିବେ ।
ଆଜିଠୁ ୨୧ ଦିନ ମଧ୍ୟରେ ଏହି ସତ୍ୟପାଠ ଦାଖଲ ପ୍ରକ୍ରିୟା ଜାରି ରହିବ। ସତ୍ୟପାଠ ଦାଖଲ ହୋଇ ସାରିବା ପରେ କମିଶନ ପକ୍ଷରୁ ସମସ୍ତଙ୍କୁ ସମନ କରାଯାଇ ଅଧିକ ତଦନ୍ତ କରାଯିବ।