କନକ ବ୍ୟୁରୋ: ମାଆ ବୁଢ଼ୀ ସାଆନ୍ତାଣୀଙ୍କ ଯାତ୍ରା ପରେ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀରେ ଚାଲିଛି ତାରାଦେବୀଙ୍କ ଯାତ୍ରା । ସ୍ୱପ୍ନାଦେଶ ପରେ ତାରାଦେବୀଙ୍କ ଦ୍ଵିବାର୍ଷିକ ଯାତ୍ରା ୧୯୭୯ ମସିହାରୁ ଆରମ୍ଭ ହୋଇଛି । ଏବର୍ଷ ଚାଲିଛି ୨୪ତମ ଯାତ୍ରା । ୩ ଦିନରୁ ଆରମ୍ଭ ହୋଇ ଏବେ ୨୧ଦିନ ଚାଲୁଛି। ଯାତ୍ରା ଲାଗି ଚଳଚଞ୍ଚଳ ହୋଇଉଠିଛି ଲାଞ୍ଜିପଲ୍ଲୀ ଅଞ୍ଚଳ । ରଙ୍ଗିନ ଆଲୋକ ମାଳାରେ ଝଲସୁଛି । ଜିଲ୍ଲା ବାହାରୁ, ଏପରିକି ପଡ଼ୋଶୀ ରାଜ୍ୟର ଶ୍ରଦ୍ଧାଳୁ ଭିଡ଼ ଜମାଇଛନ୍ତି। ସିସିଟିଭି ସହ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରାଯାଇଛି।
ରଥ, କଳାକୁଞ୍ଜ ଓ ମେଳା ହେଉଛି ଲାଞ୍ଜିପଲ୍ଲୀ ଠାକୁରାଣୀ ଯାତ୍ରାର ମୁଖ୍ୟ ଆକର୍ଷଣ । ୩ଟି ୱାର୍ଡ ବିଶିଷ୍ଟ ଲାଞ୍ଜିପଲ୍ଲୀ ଅଞ୍ଚଳର ୩୪ଟି ସାହିରେ ରଥ ଓ କଳାକୁଞ୍ଜ ସ୍ଥାପନ ହୋଇଥିବା ବେଳେ ଯାତ୍ରା ପଡ଼ିଆରେ ମେଳା ଚାଲିଛି । ମେଳାରେ ଭଳିକି ଭଳି ଖାଦ୍ୟ ଓ ଘରକରଣା ସାମଗ୍ରୀର ପସରା ମେଲାଇଛନ୍ତି ବ୍ୟବସାୟୀ । ଭରପୂର ମଜା ଉଠାଉଛନ୍ତି ଗ୍ରାହକ। ଗୁରୁବାର ମାଆ ତାରାଦେବୀଙ୍କୁ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତାକାଲି ମଧ୍ୟରାତ୍ରରେ ମାଆ ଅସ୍ଥାୟୀ ମଣ୍ଡପ ଛାଡ଼ି ମନ୍ଦିରକୁ ଫେରିଯିବେ । ସରିବ ଲାଞ୍ଜିପଲ୍ଲୀ ଠାକୁରାଣୀ ଯାତ୍ରା । ପୁଣି ଦୁଇବର୍ଷ ଅପେକ୍ଷା ।
ବୁଢ଼ୀ ଠାକୁରାଣୀଙ୍କ ପରେ ତାରାଦେବୀଙ୍କ ଯାତ୍ରା, ବ୍ରହ୍ମପୁର ସହରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ବ୍ରହ୍ମପୁରରେ ଜମୁଛି ତାରାଦେବୀଙ୍କ ଯାତ୍ରା । ଲାଞ୍ଜିପଲ୍ଲୀର ୩୪ ସାହିରେ ରଥ ଓ କଳାକୁଞ୍ଜ ସ୍ଥାପନ ।
/kanak/media/media_files/2025/06/06/u9OATrRHRFrQydd20rUs.jpg)