କନକବ୍ୟୁରୋ: ଛାତ୍ରବୃତ୍ତିରେ ମହାଦୁର୍ନୀତି। ସାଧାରଣ ବର୍ଗର ପିଲାଙ୍କୁ ଏସସି, ଏସଟି ଦର୍ଶାଇ ସରକାରୀ ତହବିଲରୁ ବ୍ୟାପକ ଲୁଟ । ପଶ୍ଚିମବଙ୍ଗର ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ଓଡ଼ିଶାର ଛାତ୍ରବୃତ୍ତି ଟଙ୍କା । ସୁନ୍ଦରଗଡରୁ ଆସିଛି ଏହି ସାଂଘାତିକ ଅଭିଯୋଗ । ଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସ୍କଲାରସିପର ଏକ ବଡ଼ କେଳେଙ୍କାରୀ ସାମ୍ନାକୁ ଆସିଛି ।

Advertisment

ଏସସି, ଏସଟି ନାଁରେ ବ୍ରାହ୍ମଣ ଓ ସାଧାରଣ ବର୍ଗର ପିଲାଙ୍କୁ ଛାତ୍ରବୃତ୍ତି ଦିଆଯାଇଛି। ଛାତ୍ରବୃତ୍ତି ଦିଆଯାଇଥିବା ୨୦୨୧-୨୨ ଆର୍ଥିକ ବର୍ଷରେ ପିଲାଙ୍କ ତାଲିକାରୁ ଏହା ଜଣାପଡିଛି। ଅରିନ ନନ୍ଦ ନାମକ ଜଣେ ଛାତ୍ରଙ୍କ ଜାତି ଉଲ୍ଲେଖ ରହିଛି ଏସସି, ମୋବଇଲ ନମ୍ବର, ସ୍କୁଲ ନାଁ, ଆକାଉଣ୍ଟ ନଂବର ବି ଉଲ୍ଲେଖ ରହିଛି । କିନ୍ତୁ ଅରିନ ଜାତିରେ ବ୍ରାହ୍ମଣ ।

କେବଳ ଅରିନ ନନ୍ଦ ନୁହେଁ, ଛାତ୍ରବୃତ୍ତି ପାଇଥିବା ୫୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଣେ ବି ଏସସି, ଏସଟି ପିଲା ନାହାନ୍ତି । ଡାକ୍ତରୀ ପାଠ ପଢୁଥିବା ଆରିନ ତାଙ୍କ ନାଁରେ କିଏ ଛାତ୍ରବୃତ୍ତି ଟଙ୍କା ନେଇଥିବା ଜାଣିବା ପରେ ଖୋଳତାଡ କରିଥିଲେ। ଆରିନ ସ୍କୁଲ କର୍ତ୍ତୃପକ୍ଷ ଓ ବ୍ୟାଙ୍କରେ ପଚରାଉଚରା କରିବା ପରେ ଟଙ୍କା ପଶ୍ଚିମବଙ୍ଗର ସାହେର ବାନୋଙ୍କ ଆକାଉଣ୍ଟକୁ ଯାଇଥିବା ଜଣାପଡିଥିଲା ।

ଏନେଇ ସ୍କୁଲ କର୍ତ୍ତପକ୍ଷ ଥାନାରେ ଏତଲା ଦେବା ସହ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇଛନ୍ତି । ଜିଲ୍ଲା ମଙ୍ଗଅନସୂଚିତ ଜାତି ଓ ଜନଜାତି ପିଲା ପାଇଥିବା ସ୍କଲାରସିଫ ତାଲିକାରେ କେବଳ ସୁନ୍ଦରଗଡ ସହରର ପବ୍ଲିକ ସ୍କୁଲର ୫୫ଜଣ ଅଛନ୍ତି।  ଅଧିକାରୀ ଖୋଳତାଡ କରିବାରୁ କେବଳ ଗୋଟିଏ ସ୍କୁଲର ୫୫ଟି ଛାତ୍ରଛାତ୍ରୀଙ୍କ ନାଁରେ ଠକେଇ ହୋଇଥିବା ଜଣାପଡିଛି ।

ଅନୁସୂଚିତ ଜାତି ଓ ଜନଜାତି ବିଭାଗଠାରୁ ୨ ଲକ୍ଷ ୨୧ ହଜାର ଟଙ୍କା ଛାତ୍ରବୃତ୍ତି ଠକେଇ କରାଯାଇଛି। ଏନେଇ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗକୁ ଚିଠି ଲେଖି ଜଣାଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।  ପ୍ରଶ୍ନ ଉଠୁଛି ଏହି ହରିଲୁଟ ପଛରେ ସାଇବର ଠକଙ୍କ ହାତ ଅଛି? ନା ବିଭାଗ ର କିଛି ବଡ ମୂଷାଙ୍କ ସଂପୃକ୍ତି ଅଛି?