କନକ ବ୍ୟୁରୋ : ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଜିଆରପି ପୋଲିସ । କୋରାପୁଟରୁ ସମଲେଶ୍ଵରୀ ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବତୀକୁ ଗଞ୍ଜେଇ ଭର୍ତ୍ତି ସୁଟକେସ ସହ ଗିରଫ କରିଛି ପୋଲିସ୍। ଗିରଫ ଯୁବତୀ ଜଣକ ମଧ୍ୟପ୍ରଦେଶର ସଞ୍ଜୁ ବିଶ୍ଵକର୍ମା । ସେ ୧୪ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଚାଲାଣ କରୁଥିଲେ । ସେ ସ୍ଥାନୀୟ ଅଞ୍ଚଳରୁ ଇନ୍ଦୋରକୁ ଗଞ୍ଜେଇ ନେବାକୁ ଯୋଜନା କରିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରି ଯୁବତୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜିଆରପି ଥାନା ଅଧିକାରୀ ସୂଚନା ଦେଇଛନ୍ତି।