କନକ ବ୍ୟୁରୋ: ଶାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ବୈଠକରେ ଭାରତ ବିରୋଧରେ ଚାଲ ଖେଳିଛି ପଡୋସୀ ଚୀନ। ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ଭାରତର ଦାବିକୁ ପ୍ରତ୍ୟାଖାନ କରାଯାଇଛି । ବଦଳରେ ପାକିସ୍ତାନ ବାଲୋଚିସ୍ତାନ ବିଚ୍ଛିନ୍ନତାବାଦୀ ସଙ୍ଗଠନର ହିଂସାତ୍ମକ କାର୍ଯ୍ୟକଳାପକୁ ପ୍ରସଙ୍ଗ କରାଯାଇଛି । ଫଳରେ ଏସସିଓ ମିଳିତ ବିବୃତ୍ତିରେ ସ୍ବାକ୍ଷର କରିବାକୁ ମନା କରିଦେଇଛି ଭାରତ । ଏସ୍ସିଓ ବିବୃତିରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କୌଣସି ଉଲ୍ଲେଖ ନଥିଲା, ଯେଉଁଥିରେ ୨୬ ନିରୀହ ଲୋକଙ୍କ ଜୀବନ ଯାଇଥିଲା । କିନ୍ତୁ ବଲୁଚିସ୍ତାନ ଘଟଣା ଉପରେ ଉଲ୍ଲେଖ ଥିଲା, ତେଣୁ ଭାରତ ମିଳିତ ଘୋଷଣାପତ୍ରରେ ହସ୍ତାକ୍ଷର କରିବାକୁ ମନା କରିଦେଇଛି ।
ଏସସିଓ ମିଳିତ ବିବୃତିରେ ପହଲଗାମ ଆତଙ୍କୀ ଆକ୍ରମଣ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା । ବରଂ ବଲୁଚିସ୍ତାନରେ ଭାରତ ଅଶାନ୍ତି ସୃଷ୍ଟି କରୁଥିବା ନେଇ ଉଲ୍ଲେଖ କରାଯାଇଥିଲା । ବିଚ୍ଛିନ୍ନତାବାଦୀ ସଙ୍ଗଠନମାନଙ୍କ ଦ୍ବାରା ଭାରତ ସେଠାରେ ଅଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରାଯାଇଥିଲା । ପାକିସ୍ତନର ଘନିଷ୍ଠ ସହଯୋଗୀ ଚୀନ ଏହି ଏସସିଓ ବୈଠକର ଅଧ୍ୟକ୍ଷତା କରୁଥିବା ପାକିସ୍ତାନର ଇଙ୍ଗିତରେ ପାହାଲଗାମ ପ୍ରସଙ୍ଗକୁ ବାଦ ଦିଆଯାଇଛି । ବାଲୋଚିସ୍ତାନରେ ଭାରତର ସମ୍ପୃକ୍ତି ସମ୍ପର୍କରେ ପାକିସ୍ତାନର ଅଭିଯୋଗକୁ ଭାରତ ନିରନ୍ତର ଖଣ୍ଡନ କରିଆସୁଛି । ଭାରତ କହିଛି, ପାକିସ୍ତାନ ଅଯଥା ଅଭିଯୋଗ କରିବା ପରିବର୍ତ୍ତେ ନିଜେ ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ କରି ନିଜ ଆଭ୍ୟନ୍ତରୀଣ ସମସ୍ୟାକୁ ଦେଖିବା ଉଚିତ । ଚୀନର କିଙ୍ଗଦାଓରେ ଏସସିଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେଇଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହି ଶିଖର ବୈଠକରେ ଭାରତ, ରୁଷିଆ, ପାକିସ୍ତାନ, ଚୀନ, ଇରାନ, କାଜାଖସ୍ତାନ, କିର୍ଗିଜସ୍ତାନ, ବେଲାରୁଷ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ଅଛନ୍ତି ।
ଏସ୍ସିଓ ବୈଠକରେ ଭାରତ ବିରୋଧରେ ଚୀନ୍ର ଚାଲ୍, ପହଲଗାମ ବଦଳରେ ବଲୁଚିସ୍ତାନ ପ୍ରସଙ୍ଗକୁ ଗୁରୁତ୍ବ
ବଲୁଚିସ୍ତାନରେ ଅସ୍ଥିରତାରେ ଭାରତର ସମ୍ପୃକ୍ତି ଅଭିଯୋଗ ଉପରେ ପାକିସ୍ତାନକୁ କଡା ଜବାବ ଦେଲେ ରାଜନାଥ ସିଂ ।
/kanak/media/media_files/2025/06/26/sco-2025-06-26-21-36-06.jpg)