କନକବ୍ୟୁରୋ : ଆଜି ବିଶ୍ବ ମହିଳା ଦିବସ ।  ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି ।   ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ,  ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ ।  ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକରୁ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଏହି ଦିନ ପାଳନ ହୋଇଥାଏ ।  

Advertisment

ମହିଳାମାନେ ଆଜିର ଯୁଗରେ ସବୁ କ୍ଷେତ୍ରରେ ଆଗକୁ ବଢ଼ିଲେଣି  ।   ନାରୀ ଏକ ଶକ୍ତି, ଏକ ସ୍ନେହମୟୀ ହୃଦୟ, ଏକ ସ୍ଵପ୍ନ ସାକାର କରିବାର ଅତୁଟ ସାମର୍ଥ୍ୟ । ସେ ଜୀବନର ନିର୍ମାତ୍ରୀ, ପରିବାରର ଆଧାରସ୍ଥମ୍ଭ, ଏବଂ ସମାଜର ଅଙ୍ଗସ୍ଵରୂପ ।  ନାରୀ ମାତ୍ର ଏକ ସଂଜ୍ଞା ନୁହେଁ, ସେ ହେଉଛି ଆଦର୍ଶ, ଭଲପାଇବା ଏବଂ ସଂଘର୍ଷର ଚିହ୍ନ । ସେ ଏକ ସୁନ୍ଦର ନିମାର୍ଣ୍ୟ, ଯେଉଁଥିରେ ଦୟା, ସହନଶୀଳତା, ଏବଂ ଅସୀମ ଶକ୍ତି ମିଶିଥାଏ ।  

ତଥାପି, ସେ କେବଳ ଘରର ଦୀପ୍ତି ନୁହେଁ ସେ ସମସ୍ତଙ୍କ ପାଇଁ ସାଜେ ଆଲୋକମୟୀ ଧାରା । ନାରୀ ମାନଙ୍କର ସମ୍ମାନ, ସ୍ଵାଧୀନତା ଏବଂ ସମାନ ଅଧିକାର ଏକ ସୁସଂଘଠିତ ଏବଂ ସୁନ୍ଦର ଭବିଷ୍ୟତ ଗଠନ କରିପାରେ । ଏହି ଆନ୍ତର୍ଜାତୀୟ ନାରୀ ଦିବସରେ, ଆସନ୍ତୁ ଏହି ଅନନ୍ୟ ଶକ୍ତିକୁ ସ୍ବୀକାର କରିବା, ନାରୀ ମାନଙ୍କ ସମ୍ମାନ ଏବଂ ଅବଦାନକୁ ଉତ୍ସବ ମନାଅ । 

କେବଳ ନାରୀ ପୁରୁଷ ରେ ଭେଦଭାବ ନୁହେଁ ପୁରା ସମାଜ ପାଇଁ ଉଭୟଙ୍କ ଆବଶ୍ୟକତା ନିହାତି ଗୁରୁତ୍ବ ବହନ କରେ , ସମାଜକୁ କେବଳ ମୁଁ ରେ ନୁହେଁ ଆମେ ରେ ଗଢିବା , ପ୍ରତିକ୍ଷେତ୍ରରେ ଅନ୍ୟାୟ ଅତ୍ୟାଚାର କୁ ବିରୋଧ କରିବା  ଆହୁରି ମଧ୍ୟ ଅନେକ ଅନେକ କ୍ଷେତ୍ରରେ ଦେଖାଯାଇଛି ସେମାନେ ପୁରଷଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ଚାଷ କାମ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ହେଉ କି କ୍ରୀଡ଼ା, ବିଜ୍ଞାନ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କଲେଣି ମହିଳାମାନେ ।

ତେବେ ସେମାନେ କିପରି ଆହୁରି ଆଗକୁ ଆଗକୁ ବଢ଼ିପାରିବେ, ସେ ନେଇ ଆଲୋଚନା ହୁଏ । ବିଶ୍ୱର ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏହି ଦିବସକୁ ପାଳନ କରାଯାଉଛି । ଆନ୍ତର୍ଜାତୀୟ ମହିଳା ଦିବସ ପ୍ରତିବର୍ଷ ୮ ମାର୍ଚ୍ଚରେ ପୃଥିବୀ ସାରା ପାଳନ କରାଯାଇଥାଏ  । ବିଶ୍ୱର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରସଂଶା, ରାଜନୈତିକ ଓ ସାମାଜିକ ଉପଲବ୍ଧିର ଉପଲକ୍ଷେ ଉତ୍ସବ ରୂପେ ପାଳନ କରାଯାଏ 

ଆମେରିକାରେ ସୋସିଆଲିଷ୍ଟ ପାର୍ଟୀର ଆହ୍ୱାନରେ, ଏହି ଦିବସ ସର୍ବ ପ୍ରଥମେ ୨୮ ଫେବୃଆରୀ ୧୯୦୯ ମସିହାରେ ପାଳିତ ହେଉଥିଲା । ୧୯୧୦ ମସିହାରେ ସୋସିଆଲିଷ୍ଟ ଇଣ୍ଟରନ୍ୟାସନଲ କୋପେନହେଗନ ସମ୍ମିଳନରେ ଏହାକୁ ଅନ୍ତରାଷ୍ଟ୍ରୀୟର ମାନ୍ୟତା ଦିଆଗଲା । ସେହି ସମୟରେ ଏହାର ପ୍ରମୁଖ ଯୋଗ୍ୟ ସମ୍ପୂର୍ଣ୍ଣ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦିଆ ଯିବାରଥିଲା, କାରଣ ସେହି ସମୟରେ ବହୁ ଦେଶମାନଙ୍କରେ ମହିଳାଙ୍କୁ ଭୋଟ ଦେବାର ଅଧିକାର ନଥିଲା ।

୧୯୧୭ ମସିହାରେ ଋଷର ମହିଳାମାନେ, ମହିଳା ଦିବସରେ ରୁଟି ଏବଂ କପଡ଼ା ପାଇଁ ଆନ୍ଦୋଳନ କରିବାର ଯୋଜନା କରିଥିଲେ । ଏହି ଆନ୍ଦୋଳନ ମଧ୍ୟ ଐତିହାସିକ ଥିଲା । ଅନ୍ତରୀମ ସରକାର ମହିଳା ମାନଙ୍କୁ ଭୋଟ ଦେବାର ଅଧିକାର ଦେଲେ ।  ସେହି ସମୟରେ ଋଷରେ ଜୁଲିୟନ କ୍ୟାଲେଣ୍ଡର ଚଳୁଥିଲା ଏବଂ ବାକି ଦୁନିଆରେ ଗ୍ରେଗେରିୟାନ କ୍ୟାଲେଣ୍ଡର । ଏହି ଦୁଇ କ୍ୟାଲେଣ୍ଡରର ତାରିଖରେ କିଛି ଅନ୍ତର ଥିଲା  ।  ଜୁଲିୟନ କ୍ୟାଲେଣ୍ଡର ଅନୁସାରେ ୧୯୧୭ ଫେବୃଆରୀର ଶେଷ ପର୍ଯ୍ୟାୟ ୨୩ ଫେବୃଆରୀରେ ଥିଲା କିନ୍ତୁ ଗ୍ରେଗେରିୟାନ କ୍ୟାଲେଣ୍ଡର ଅନୁସାରେ ସେହିଦିନ ୮ ମାର୍ଚ୍ଚ ଥିଲା । ସେହି ସମୟରେ ସମସ୍ତ ଦୁନିଆରେ, ଏମିତିକି ଋଷରେ ମଧ୍ୟ ଗ୍ରେଗେରିୟାନ କ୍ୟାଲେଣ୍ଡର ଚଳୁଥିଲା । ଏଥିପାଇଁ ୮ ମାର୍ଚ୍ଚକୁ ମହିଳା ଦିବସ ରୂପେ ପାଳନ କରାଗଲା ।