କନକ ବ୍ୟୁରୋ: ପୁରୀ ହାଜତ ମୃତ୍ୟୁ ମାମଲାରେ ଭାଇରାଲ ଭିଡିଓ । ଏହି ମୋବାଇଲ ଭିଡିଓରେ ମୃତକ କେ.ରମେଶଙ୍କ ପରିବାରକୁ ପ୍ରଲୋଭନ ଦେଉଛନ୍ତି ପୁରୀର ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ । ଆସିଷ୍ଟାଣ୍ଡ କମାଣ୍ଡାଣ୍ଡ ହୋମଗାର୍ଡ ଭାବେ ପରିଚିତ ଏହି ଅଧିକାରୀ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୃତି ଦେଉଥିବା ଭିଡିଓରେ ଶୁଣିବାକୁ ମିଳୁଛି । ଗତକାଲି ରାତିର ଏହି ଭିଡିଓ ବୋଲି କୁହାଯାଉଛି । ଏଥିରେ ମୃତକଙ୍କ ଦାଦାଙ୍କୁ ସଂପୃକ୍ତ ଅଧିକାରୀ ତାଙ୍କ ଘରେ ଛାଡିଥିବାବେଳେ ତାଙ୍କ ପରିବାରକୁ ପ୍ରତିଶ୍ରୃତି ଦେଉଥିବା ଭିଡିଓ ଭାଇରାଲ ହେଉଛି ।
ଏଥିରେ ଜାଗା ସହ କ୍ଷତିପୂରଣ ଓ ପେନସନ ଦେବାକୁ ପ୍ରତିଶ୍ରୃତି ଦିଆଯାଉଛି । ଏବେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ସଂପୃକ୍ତ ଅଧିକାରୀ କାହିଁକି ରାତି ଅଧରେ ପରିବାରକୁ ଭେଟିଲେ ସେ ନେଇ ଚର୍ଚ୍ଚା ଜୋର ଧରିଛି । କାହା ନିର୍ଦ୍ଦେଶରେ ଏଭଳି କରାଯାଇଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ବୁଧବାର ରାତିରେ ପୁରୀର ବାସେଳିସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ଆସିଥିଲା । ଏହାକୁ ନେଇ ପୁରୀରେ ଉତେଜନା ବି ଦେଖାଦେଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/19-22.jpg)