କନକ ବ୍ୟୁରୋ : ଦେଶରେ ବଢିବାରେ ଲାଗିଛି ଦୁର୍ନୀତି । ରାଜ୍ୟ ସରକାରଙ୍କଠୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ଯାଏଁ ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତଥାପି ଲାଂଚ କାରବାରରେ ସାରା ଏସୀୟା ମହାଦେଶରେ ଭାରତ ଏକ ନମ୍ବରରେ ରହିବା ଚିନ୍ତା କଲାଭଳି ଖବର । ଟ୍ରାନ୍ସପାରେନ୍ସି ଇଂଟରନ୍ୟାସନାଲର ସର୍ଭେ ଅନୁସାରେ ...
- ୩୯ ପ୍ରତିଶତ ଲାଂଚ କାରବାର ସହ ଏସିୟା ମହାଦେଶରେ ଭାରତ ୧ ନମ୍ବର
- ବ୍ୟକ୍ତିଗତ ସଂପର୍କରୁ ୪୬ ପ୍ରତିଶତ ଲୋକ ସରକାରୀ ସହାୟତା ପାଉଛନ୍ତି
- ଗତ ଗୋଟିଏ ବର୍ଷରେ ଦୁର୍ନୀତି ବଢିଥିବା ୪୭ ପ୍ରତିଶତ ଲୋକ ଅନୁଭବ କରୁଛନ୍ତି
- ୪୨ ପ୍ରତିଶତ ଲୋକ ପୋଲିସ ସେବା ପାଇବା ପାଇଁ ଲାଂଚ ଦେଇଥାନ୍ତି
- ପରିଚୟପତ୍ରରୁ ଆରମ୍ଭ କରି ସରକାରୀ ଦସ୍ତାବିଜ ପାଇଁ ୪୧% ଲାଂଚ ଦିଅନ୍ତି
- ୧୭ଟି ଏସିୟ ଦେଶର ୨୦ ହଜାର ଲୋକଙ୍କୁ ନେଇ ହୋଇଥିଲା ସର୍ଭେ
- ନେପାଳରେ ୧୨ ପ୍ରତିଶତ ଓ କାମ୍ବୋଡିଆରେ ୧୦ ପ୍ରତିଶତ ଲାଂଚ କାରବାର ହୁଏ
ଟାନ୍ସଫରେନ୍ସି ଇଂଟନାସନାଲର ଚିନ୍ତା କଲା ଭଳି ଖବର : ଦେଶରେ ବଢ଼ୁଛି ଦୁର୍ନୀତି, ଲାଂଚ କାରବାରରେ ଏସିଆ ମହାଦେଶରେ ୧ ନମ୍ବର ଭାରତ
/kanak/media/post_attachments/wp-content/uploads/2020/11/13-31.jpg)