ରାଜସ୍ଥାନ ସରକାରର ପରିବହନ ବିଭାଗ ତରଫରୁ ରାଜ୍ୟର ସବୁ ପୋଲିସ୍ ଅଧିକ୍ଷକ ଏବଂ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଧେଶ ଜାରି କରାଯାଇଛି । ଏବେ ବ୍ୟକ୍ତିଗତ ବାହନରେ ସ୍ୱୟଂଜାତି , ପଦର ନାଁ , ପୂର୍ବ ପଦବୀ , ଗାଁର ନାଁ , ବିଭିନ୍ନ ଚିହ୍ନ କିମ୍ବା ସ୍ଲୋଗାନ୍ ବ୍ୟବହାର ରେ ପ୍ରତିବନ୍ଧ ଲଗାଇବାକୁ କୁହାଯାଇଛି । ଯାତାୟାତ ପୋଲିସ୍ ଅଧିକ୍ଷକ ଏହି ସମ୍ବନ୍ଧରେ ସବୁ ପୋଲିସ୍ ଅଧିକ୍ଷକ ଏବଂ ଜୟପୁର , ଯୋଧପୁରର ପୋଲିସ୍ କର୍ମଚାରୀଙ୍କୁ ମଙ୍ଗଳବାର ଏକ ପତ୍ର ଲେଖି ଏନେଇ ଅବଗତ କରାଇଛନ୍ତି ।
ଏହି ପତ୍ର ଅନୁସାରେ , ରାଜ୍ୟରେ ଚାଲୁଥିବା ବ୍ୟକ୍ତିଗତ ବାହନରେ କୌଣସି ପ୍ରକାର ଜାତି,ପଦପଦବୀ,ଗାଁ ନାଁ,ଧର୍ମ, ସ୍ଲୋଗାନ୍ ଏବଂ ଚିହ୍ନର ବ୍ୟବହାରକୁ ବ୍ୟବହାର କରାଯାଇପାରିବ ନାହିଁ । ତେବେ ପତ୍ରରେ ଏହି ନିୟମକୁ ଉଲ୍ଲଘଂନ କଲେ କିଭଳି ଦଣ୍ଡ ଦିଆଯିବ ଏନେଇ କୌଣସି ଉଲ୍ଲେଖ କରାଯାଇନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/untitled-3-1567649442.jpg)
/kanak/media/post_attachments/wp-content/uploads/2019/09/Capture-2-260x300.png)